ଚାଇଲ୍ଡ ହେଲ୍ପଲାଇନ୍‌କୁ ସୂଚନା ଦେବା ସନ୍ଦେହ, ଭାଇଙ୍କୁ କାଠ ଫାଳିଆରେ ଆକ୍ରମଣ

Sep 13, 2026 - 12:56
ଚାଇଲ୍ଡ ହେଲ୍ପଲାଇନ୍‌କୁ ସୂଚନା ଦେବା ସନ୍ଦେହ, ଭାଇଙ୍କୁ କାଠ ଫାଳିଆରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ବାଲ୍ୟବିବାହ ରୋକିବାକୁ ଚାଇଲ୍ଡ ହେଲ୍ପଲାଇନ୍‌କୁ ସୂଚନା ଦେଇଥିବା ସନ୍ଦେହରେ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ବେଳେ ଏଥିରେ ୬୫ ବର୍ଷୀୟ ଘନଶ୍ୟାମ ବାରିକି ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଘନଶ୍ୟାମଙ୍କ ଭାଇ ରଞ୍ଜନ ବାରିକି ତାଙ୍କ ପୁଅ ସହ ଜଣେ ନାବାଳିକାଙ୍କ ବିବାହ କରାଉଥିବା ନେଇ କିଛିଦିନ ତଳେ ଖବର ମିଳିଥିଲା। ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୋଲିସ ସହାୟତାରେ ତରଭା ଗାଁରେ ଚଢ଼ାଉ କରିଥିଲେ। ତେବେ ସେତେବେଳେ ନାବାଳିକାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏହି ଘଟଣାରେ ଘନଶ୍ୟାମଙ୍କ ପରିବାର ଚାଇଲ୍ଡ ହେଲ୍ପଲାଇନ୍‌କୁ ସୂଚନା ଦେଇଥିବା ସନ୍ଦେହ କରି ରଞ୍ଜନ ବାରିକି, ତାଙ୍କ ପୁଅ ଓ ପୁତୁରା ବୋହୂ ଘନଶ୍ୟାମଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘନଶ୍ୟାମଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପୁଅ ଓ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଘନଶ୍ୟାମଙ୍କୁ ଢେଙ୍କାନାଳ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)