Marriage: ଶହଜାଦ ଖାନଙ୍କ ତୃତୀୟ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

Oct 31, 2026 - 14:06
Marriage: ଶହଜାଦ ଖାନଙ୍କ ତୃତୀୟ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ମୁମ୍ବାଇ: ବଲିଉଡରେ ଅଭିନେତା ଆମିର ଖାନଙ୍କ ବିବାହ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଥାଏ।

ଏହାରି ଭିତରେ ଅଭିନେତା ଶହଜାଦ ଖାନଙ୍କ ଏକ ମଜାଳିଆ ବୟାନ ଏବେ ଚର୍ଚ୍ଚାକୁ ଆସିଛି।

୬୦ ବର୍ଷୀୟ ଶହଜାଦ ଦୁଇଥର ବିବାହ କରିସାରିଥିବା ବେଳେ ତୃତୀୟ ବିବାହକୁ ନେଇ ମଜାକରେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, ଏବେ ମଧ୍ୟ ତାଙ୍କ ପାଖରେ ଆଉ ଦୁଇଟି ବିକଳ୍ପ ରହିଛି।

Advertisment ନିକଟରେ ଏକ ଆଲୋଚନା ବେଳେ ନିଜ ବିବାହ ଜୀବନ ସମ୍ପର୍କରେ ଶହଜାଦ ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଥିଲେ, “ମୋର ଦୁଇ ଜଣ ପତ୍ନୀ ଅଛନ୍ତି।

ଜଣେ ପୂର୍ବତନ ଏବଂ ଜଣେ ବର୍ତ୍ତମାନର।

ଯଦି ଆମେ ଆମିର ଖାନଙ୍କ ବିଚାରଧାରାରୁ ଅସିବା ତେବେ ଏବେ ମଧ୍ୟ ଅନେକ କିଛି ହୋଇପାରେ।

ମୋ ପାଖରେ ଆଉ ଦୁଇଟି ବିକଳ୍ପ ବାକି ଅଛି।” ତେବେ ଏହି ମନ୍ତବ୍ୟ ସେ ହାଲୁକା ମଜାଳିଆ ଢଙ୍ଗରେ କହିଛନ୍ତି।

ଲୋକପ୍ରିୟ ଖଳନାୟକ ଅଜିତଙ୍କ ପୁଅ ଶହଜାଦ ଶହଜାଦ ହେଉଛନ୍ତି ହିନ୍ଦୀ ସିନେମାର ଲୋକପ୍ରିୟ ଖଳନାୟକ ଅଜିତଙ୍କ ପୁଅ।

ତାଙ୍କର ପ୍ରଥମ ବିବାହ ୧୯୯୧ ମସିହାରେ ରୁକୈୟାଙ୍କ ସହ ହୋଇଥିଲା।

ପରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

୨୦୦୮ରେ ସେ ହୁମୈରା ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ପ୍ରଥମ ବିବାହରୁ ତାଙ୍କର ଫାରିସ ଖାନ ନାମକ ଜଣେ ପୁଅ ଥିବା ବେଳେ ଦ୍ୱିତୀୟ ବିବାହରୁ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ଶହଜାଦଙ୍କ ବାପା ମଧ୍ୟ ଚାରିଥର ବିବାହ କରିଥିଲେ।

ଅଭିନୟ ଜୀବନରେ ଶହଜାଦଙ୍କୁ 'ଅନ୍ଦାଜ ଅପନା ଅପନା' ଚଳଚ୍ଚିତ୍ରର ଭଲ୍ଲା ଚରିତ୍ର ପାଇଁ ବିଶେଷ ଭାବେ ଜଣାଯାଏ।

ଆମିର ଖାନଙ୍କ ଅଭିନୀତ 'କୟାମତ ସେ କୟାମତ ତକ୍' ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ।

ଏହାବ୍ୟତୀତ 'ପୁରାନୀ ହାବେଲୀ', 'ତିରଙ୍ଗା' ଓ 'ବର୍ଷାତ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି।

Box office: ବକ୍ସ ଅଫିସ୍‌ରେ ଫ୍ଲପ୍ ସତ୍ତ୍ୱେ ରେକର୍ଡ!

ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡାଙ୍କ 'ରଣବଳୀ' ଅନ୍ୟପକ୍ଷରେ ଆମିର ଖାନ ୧୯୮୬ରେ ରୀନା ଦତ୍ତାଙ୍କୁ ପ୍ରଥମ ବିବାହ କରିଥିଲେ।

୨୦୦୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

ପରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ୨୦୨୧ରେ ଉଭୟ ଅଲଗା ହୋଇଥିଲେ।

୨୦୨୬ରେ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତାଙ୍କ ତୃତୀୟ ବିବାହ ହୋଇଥିବା ଖବରକୁ ନେଇ ଚର୍ଚ୍ଚା ଚାଲିଛି।

ଏହି ପ୍ରସଙ୍ଗକୁ ନେଇ ଶହଜାଦଙ୍କ ମଜାଳିଆ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)