Bhadrak: ଭଦ୍ରକ ରାଜନୀତିରେ ଆରମ୍ଭ ହେଲା ବିଜେପି-ବିଜେପି ଲଢେଇ
ଭଦ୍ରକ : ରାଜ୍ୟ ବିଜେପି ସଭାପତିଙ୍କ ଜିଲ୍ଲାରେ ବିଜେପି -ବିଜେପି ମଧ୍ୟରେ ଲଢେଇ ସାମ୍ନାକୁ ଆସିଛି | ବାସ୍ତବରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ବିଜେଡି ଛାଡ଼ି ଗତବର୍ଷ ବିଜେପିରେ ମିଶିଥିଲେ।
ଏବେ ଅଧ୍ୟକ୍ଷା ବିଜେପିରେ ଥାଇ ଭଦ୍ରକ ବ୍ଲକର ବିକାଶମୂଳକ କାର୍ଯ୍ୟ ଉପରେ ହାଇକୋର୍ଟରେ ମାମଲା ରୁଜୁ କରି କାର୍ଯ୍ୟର ରହିତାଦେଶ ଜାରି କରିଛନ୍ତି।
ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳାଙ୍କର ଏଭଳି ଦଳ ବିରୋଧୀ କାର୍ଯ୍ୟରେ ପ୍ରତିବାଦ କରି ଆଜି ହଜାର ହଜାର ବିଜେପି କର୍ମୀ ଓ ଭଦ୍ରକ ବିଜେପି ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମର୍ଥକମାନେ ବ୍ଲକ ଅଧ୍ୟକ୍ଷାଙ୍କୁ ବିରୋଧ କରି ପ୍ରତିବାଦ ସଭା କରିବା ସହ ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି ।
ବିଜେପି ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ଦଳରୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ।
Advertisment ଆଜି ଏହି ଘଟଣାକୁ ନେଇ ଦିନ ତମାମ ଭଦ୍ରକ ବ୍ଲକ ପରିସରରେ ଉତ୍ତେଜନା ଲାଗି ରହିଛି।
ଉଲ୍ଲେଖ ଥାଉ କି, ଭଦ୍ରକ ବ୍ଲକରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେକେ ଏହି ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି।
ପିସି କାରବାର ଓ ବ୍ୟାପକ ଦୁର୍ନୀତି ନେଇ ଖୋଳତାଡ ହେଲେ ଅନେକ ତଥ୍ୟ ପଦାକୁ ଆସିପାରିବ।
ଭଦ୍ରକ ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହି ବ୍ଲକରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ।
ଏବେ ବ୍ଲକ ଅଧ୍ୟକ୍ଷା ମାମଲା ରୁଜୁ କରି ବିଜେପି ଦଳରେ ରହି ଦଳୀୟ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ଓ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ।
ଆହୁରି ପଢନ୍ତୁ: Sahara Conflict: ପଶ୍ଚିମ ସାହାରା ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା-ରୁଷ ମୁହାଁମୁହିଁ ଉର୍ମିଳାଙ୍କ ପଛରେ କିଏ ରହିଛି ବୋଲି ବିଜେପି ନେତାମାନେ ପ୍ରଶ୍ନ ଉଠାଇଥିବାବେଳେ ଏବେ ଭଦ୍ରକ ବିଜେପି ଦୁଇ ଫାଳ ହୋଇଯାଇଛି।
ଉର୍ମିଳାଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଉ ବୋଲି ବହୁ ବିଜେପି ନେତା ଆଜି ଦାବି କରିଛନ୍ତି।
ଉର୍ମିଳାଙ୍କୁ ନେଇ ଭଦ୍ରକ ବିଜେପିରେ ଉଠିଥିବା ଝଡ଼ ଏବେ ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବହୁ ଦଳୀୟ କର୍ମୀ ଓ ନେତା କହିଛନ୍ତି।
ଉର୍ମିଳାଙ୍କ ଦଳରୁ ବାହାର ନକଲେ ଶହ ଶହ ଲୋକ ଦଳ ଛାଡିବେ ବୋଲି ଚେତାବନୀ ଦେଉଛନ୍ତି ।
ବିଜେପି ଦଳରୁ ଉର୍ମିଳା ଓ ତାଙ୍କ ପୁଅ ପ୍ରିୟବ୍ରତଙ୍କୁ ଦଳରୁ ବହିଷ୍କାର ପାଇଁ ବହୁ କର୍ମୀ ଆଜିର ପ୍ରତିବାଦ ସମାବେଶବେଳେ ଖୋଲାଖୋଲି ଅଭିଯୋଗ ଉଠାଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
