ଭୁବନେଶ୍ୱର, ୩/୭ : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ବଡ଼ ରୋଡ ମ୍ୟାପ୍ ତିଆରି କରିଛି। ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ଷା ଓ ବନ୍ୟା ହେବା ବର୍ତ୍ତମାନ ସ୍ବଭାବିକ କଥା। ହେଲେ ବର୍ଷା ହେବା ମାତ୍ରେ ସହରରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏଥିପାଇଁ ୧୦ଟି ସହରକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଅର୍ଥ ମଞ୍ଜୁରୀ କରିବ। ବର୍ଷା ଯୋଗୁ ଆଉ କେଉଁଠି କୁତ୍ରିମ ବନ୍ୟା ହେବ ନାହିଁ।
ଏହି କ୍ରମରେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଭୁବନେଶ୍ୱର ପାଇଁ ରୁରକି ପ୍ଲାନ କରିଛି। ନଗର ଉନ୍ନୟନ ବିଭାଗକୁ ପରାମର୍ଶ ଦିଆଯାଇଛି। ସେମାନେ ଅଧିକ ବନ୍ୟା ହେଉଥିବା ୧୦ ସହରର ନାଁ ଦେବେ। ରାଜ୍ୟରେ ଥିବା ଆଗୁଆ ସତର୍କ ସୂଚନା କେନ୍ଦ୍ରର ଆଧୁନୀକିକରଣ କରାଯିବ। ଏହାସହ ସେଠାରେ ସିସିଟିଭି ଲଗାଯିବ। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଆମେ ସୁନାମୀର ଆଶଙ୍କା ଭିତରେ ଅଛୁ। ତେଣୁ ୩୮୧ଟି ଗାଁକୁ ଚିହ୍ନଟ କରିଛୁ। ଯାହା କି ସମୁଦ୍ରର ୧୦ କିମି ନିକଟରେ ରହିଛି। ସେଠାରେ ଟ୍ରେନିଂ ସହ ଅନୁସଙ୍ଗିକ ବ୍ୟବସ୍ଥା କରାଯିବ।
ଲ୍ୟାଣ୍ଡ୍ ସ୍ଲାଇଡ୍ ନେଇ ମନ୍ତ୍ରୀ କହିଛନ୍ତି ଯେ, ବର୍ଷା ସମୟରେ ପାହାଡ଼ ଧସୁଛି। ଏଥିପାଇଁ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ ଧସିବାକୁ ରୋକିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି। ରାଜ୍ୟର ଅଧା ଜିଲ୍ଲାରେ ଏହାର ସମ୍ଭାବନା ରହିଛ। ତେବେ ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ବ୍ୟୟ ବରାଦ କରାଯିବ।
ଆହୁରି ପଢନ୍ତୁ- ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି : ପାରାଦୀପ ଓ ଗୋପାଳପୁରରେ ହେବ ୩ ପ୍ରକଳ୍ପ, ୬୭ ହଜାର କୋଟି ନିବେଶରେ ୭,୬୦୦ ନିଯୁକ୍ତି
ଏ ବର୍ଷ ୱାଟର ଲଗିଂ ସମସ୍ୟା ହେବନି,ବିଏମସି ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି