ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ, ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଜାରି
କଟକ ୦୩/୦୭: ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି । ପୂର୍ବରୁ ଝାରପଡ଼ା ଜେଲ୍ରେ ୮ ଜଣ ଏକଦୀ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସୂଚନା ଅନୁଯାୟୀ, ଚୌଦ୍ୱାର ମଣ୍ଡଳ କାରାଗାରରେ ଚିହ୍ନଟ ହୋଇଥିବା ଏଚ୍ଆଇଭି ଆକ୍ରାନ୍ତ କଏଦୀମାନଙ୍କୁଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି। ସେଠାରେ ତାଭ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲ୍ରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ ସେମାନେ ରୀତିମତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।
ଅଧିକ ପଢ଼ନ୍ତୁ :- Japan Delegates: ଜାପାନ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ; ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ନେଇ ଆଲୋଚନା !
ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ଯେ, ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍କୁ ଆସିଥାନ୍ତି, ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥାଏ। କଏଦୀଙ୍କ ରୋଗ ଚିହ୍ନଟ ପରେ ବିଭିନ୍ନ ୱାର୍ଡକୁ ପଠାଯାଇଥାଏ ।