Naagin Dance : ବରର ନାଗିନ୍ ଡ୍ୟାନ୍ସ ଦେଖି କନିଆ ତାଜୁବ୍, ଭାଙ୍ଗିଦେଲେ ବାହାଘର, ମଣ୍ଡପ ପାଲଟିଲା ରଣକ୍ଷେତ୍ର
ନୂଆଦିଲ୍ଲୀ, ୩/୭ : ବାଟ ବରଣୀ ସରିଥିଲା। ଦୁଆର ମୁହଁରେ ବରଯାତ୍ରୀ ପହଞ୍ଚି ସାରିଥିଲେ। ହେଲେ ବରଣମାଳା ପଡ଼ିବା ପୂର୍ବରୁ ଭାଙ୍ଗିଗଲା ବାହାଘର। ବରକୁ ଦେଖି ବାହା ହେବାକୁ ମନା କରିଦେଲେ କନିଆଁ। ଏହାପରେ ରଣକ୍ଷେତ୍ର ପାଲଟିଲା ମଣ୍ଡପ। ଆରମ୍ଭ ହୋଇଗଲା ମାରପିଟ୍। କାନପୁରର ଚୌବେପୁର ଥାନା ହଲକାପୁର ଗାଁରେ ଏଭଳି ଘଟଣା ଘଟିଛି। ତେବେ ଘଟଣା ପଛର ଅସଲ କାରଣ ଜାଣିଲେ ଆପଣଙ୍କର ମୁଣ୍ଡ ଗୋଲ୍ ହୋଇଯିବ।
ସୂଚନାନୁଯାୟୀ, କାନପୁରର ଚୌବେପୁର ଥାନା ହଲକାପୁର ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ବରଯାତ୍ରୀ ଆସି ମଣ୍ଡପରେ ପହଞ୍ଚି ସାରିଥିଲେ। ଏତିକି ବେଳେ ବର ନିଶାସକ୍ତ ଅବସ୍ଥାରେ ଷ୍ଟେଜ୍ ଉପରେ ନାଗିନ୍ ଡ୍ୟାନ୍ସ କରିବାକୁ ଲାଗିଲେ। ଏହି ଦୃଶ୍ୟ ଦେଖି ଉଭୟ ପକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ଏ ବିଷୟରେ କନିଆଁଙ୍କୁ ଜଣାପଡ଼ିବା ପରେ ସେ ଷ୍ଟେଜ ପାଖକୁ ଆସିଲେ। ବରକୁ ନିୟନ୍ତ୍ରଣ ହୀନ ଅବସ୍ଥାରେ ଦେଖି ସେ ବିବାହ କରିବାକୁ ମନା କରିଦେଲେ। ଜଣେ ନିଶାଡ଼ିଙ୍କୁ ବିବାହ କରିପାରିବେନି ବୋଲି ସଫା ସଫା କହିଥିଲେ।
ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଲା। ଉଭୟ ପକ୍ଷ ମାରପିଟ୍ ଲାଗିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଶାନ୍ତ କରାଇଥିଲା। ବହୁ ବୁଝାସୁଝା କରିବା ସତ୍ତ୍ଵେ କନିଆ ବାହା ହେବାକୁ ମନା କରିଦେଲେ। ଶେଷରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଲା।
ଆହୁରି ପଢନ୍ତୁ- Sonam Bail : ସୋନମଙ୍କ ଜାମିନ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କେଉଁ ଗ୍ରାଉଣ୍ଡରୁ ମିଳିଲା ଆଶ୍ଵସ୍ତି...
ପିଲାଙ୍କ ଭବିଷ୍ବତ ସହ ଖେଳା ଯାଉଛି,ଶିକ୍ଷା ବ୍ୟବସ୍ଥାକୁ ସୁଧାରନ୍ତୁ..