03 JULY 2026

Welcome!

Unlock your personalized experience.
Sign Up

Heavy Rain Alert: ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗର ହାଇଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ

Jul 03, 2026 - 13:03
Heavy Rain Alert: ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗର ହାଇଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୭: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହେବାକୁ ଥିବା ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ଫାୟାର ଆଣ୍ଡ ଏମର୍ଜେନ୍ସି ସର୍ଭିସେସ୍ ଡିଜି ସୁଧାଂଶୁ ଷଡ]ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ଆଗାମୀ ସୂଚନା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଆଲର୍ଟ ମୋଡ୍ରେ ରଖାଯାଇଛି । ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରି ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ବନ୍ୟା ଓ ଜଳବନ୍ଦୀ ସ୍ଥିତିର ସଫଳ ମୁକାବିଲା ପାଇଁ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି । ଏହା ସହିତ ସମଗ୍ର ରାଜ୍ୟରେ ମୋଟ ୩୨୪ଟି ମୋଟରଚାଳିତ ରବର ବୋଟ୍ ପ୍ରସ୍ତୁତ ରଖାଯାଇଛି ।

କେନ୍ଦ୍ରାଞ୍ଚଳରେ ୧୫୯ଟି ବୋଟ୍, ଦକ୍ଷିଣାଞ୍ଚଳରେ ୮୪ଟି, ଉତ୍ତରାଞ୍ଚଳରେ ୮୧ଟି ବୋଟ୍ ମହଜୁଦ ଅଛି । ଉଦ୍ଧାରକାରୀ ଦଳର ସୁରକ୍ଷା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିପୁଳ ପରିମାଣର ଆଧୁନିକ ସରଞ୍ଜାମ ଗଚ୍ଛିତ ରଖାଯାଇଛି । ୩,୧୪୩ଟି ଲାଇଫ୍ ଜ୍ୟାକେଟ୍, ଜଳମଗ୍ନ ରାସ୍ତା ଓ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ଟି ହାଇ-ପାୱାର ପମ୍ପ ପ୍ରସ୍ତୁତ ଅଛି । ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ୬୨୮ଟି ଟାୱାର ଲାଇଟ୍ ଏବଂ ୧୭୩ଟି ସର୍ଚ୍ଚ ଲାଇଟ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।