Deogarh lightning strike ଦେବଗଡରେ ବଜ୍ରପାତର ତାଣ୍ଡବ: ୩ ମୃତ, ୫ ଗୁରୁତର ଆହତ
"ଦେବଗଡ: ଦେବଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଜି (ସୋମବାର) ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ବସାଲଇ ପଞ୍ଚାୟତର କଟାସାହିର ଡ଼ୋଲାମଣୀ ପେଣ୍ଢେଇ, ପିଟା ସାହିର ବୁବୁନ ସାମଲ, ପୌରାଞ୍ଚଳର ମିରଗିଡିଆ ସାହିର ରାଜା କାଣ୍ଡୁଳାନା।
Advertisment ସୂଚନା ଅନୁଯାୟୀ, ୩ଟି ବାଇକରେ ଡ଼ୋଲାମଣୀ ଓ ବୁବୁନ ଏବଂ ଆଉ ୪ ଜଣ ଯୁବକ ଭାଟସିଂ ଗ୍ରାମକୁ ଯାଇଥିଲେ।
ଏହି ସମୟରେ ସେମାନେ ବର୍ଷାର ସାମ୍ନା କରିଥିଲେ।
ଭାଟସିଂ ନିକଟରେ ସେମାନଙ୍କ ବାଇକ୍ ଉପରେ ବଜ୍ରପାତ ହୋଇଥିଲା।
ଏଥିରେ ଡୋଲାମଣୀ ଓ ବୁବୁନ୍ ବସିଥିବା ବାଇକ୍ଟି ଜଳିଯାଇଥିଲା ଏବଂ ଦୁଇଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଅନ୍ୟ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟ ଏକ ଘଟଣାକ୍ରମେ, ପତ୍ରାପାଲି ସାହିର ରାଜା ଓ ତାଙ୍କ ସ୍ତ୍ରୀ ବର୍ଷା କାଣ୍ଡୁଲାନା ଘରେ ଥିବା ବେଳେ ବଜ୍ରପାତ ଯୋଗୁଁ ରାଜାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ଷା ଗୁରୁତର ଆହତ ହୋଇଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷାଙ୍କ ଚିକିତ୍ସା ଜାରି ରହିଛି।
"