yashasvi:ପିତୃ ଦିବସରେ ଯଶସ୍ବୀଙ୍କ ଦାମୀ ଏସ୍ୟୁଭି ଉପହାର
"ନୂଆଦିଲ୍ଲୀ: ଚେନ୍ନାଇରେ ଶନିବାର ଖେଳଯାଇଥିବା ଆଫଗାନିସ୍ତାନ ବିପକ୍ଷ ଶେଷ ଦିନିକିଆରେ ଚମତ୍କାର ଶତକ ଅର୍ଜନ କରିଥିବା ଭାରତୀୟ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ପିତୃ ଦିବସକୁ ଅଲଗା ଢଙ୍ଗରେ ପାଳନ କରିଛନ୍ତି।
ତାଙ୍କ କ୍ରିକେଟ୍ ଯାତ୍ରାର ସଫଳ ନାୟକଙ୍କୁ ସେ ପିତୃଦିବସରେ ଏକ ଦାମୀ ଏସ୍ୟୁଭି କାର୍ ଉପହାର ଦେଇଛନ୍ତି।
ମା" ଓ ପୂରା ପରିବାରଙ୍କ ଉପସ୍ଥିତରେ ବାପାଙ୍କୁ ଦେଉଥିବାAdvertisment ଆହୁରି ପଢନ୍ତୁ: railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ ଏହି ବିଳାସପୂର୍ଣ୍ଣ ଉପହାର ସହ ଭିଡିଓ ଓ ଫଟୋକୁ ରାଜସ୍ଥାନ ରୟାଲ୍ସ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା।
ଏହାର ଶିରୋନାମାରେ ଲେଖିଥିଲା " କଠିନ ପରିଶ୍ରମ, ପ୍ରତିଭା ଓ ବଡ଼ ସ୍ବପ୍ନରେ ହୋଇଛି ପିତୃ ଦିବସର ଏହି ଉପହାର"।
ଏହି ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉ ହେଉ ପ୍ରଶଂସକମାନେ ଯଶସ୍ବୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ।
ଏହି ରାଜସ୍ଥାନ ରୟାଲ୍ସ ତାଙ୍କ ବାପାଙ୍କୁ ଦେଇଥିବା କଳା ରଙ୍ଗର ମର୍ସିଡିଜ୍-ବେଞ୍ଜ୍ ଏସ୍ୟୁଭି କାର୍ର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ।"