YogaDay: ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Jun 22, 2026 - 23:09
YogaDay: ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

"ଭୁବନେଶ୍ବର: ଗ୍ରିଡ୍‌କୋ ମୁଖ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।

ଚଳିତ ବର୍ଷର ବିଷୟବସ୍ତୁ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ"କୁ ଆଧାର କରି ଏହି ଶିବିରର ଆୟୋଜନ କରାଯାଇଥିଲା।

ଅଭିଜ୍ଞ ଯୋଗ ଗୁରୁଙ୍କ ତତ୍ତ୍ବବଧାନରେ କର୍ମଚାରୀମାନେ ବିଭିନ୍ନ ପ୍ରକାରର ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିଥିଲେ।

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡ.

ସତ୍ୟ ପ୍ରିୟ ରଥ ଆଧୁନିକ ବ୍ୟସ୍ତବହୁଳ ଜୀବନଶୈଳୀରେ ଚାପମୁକ୍ତ ରହିବା, ସନ୍ତୁଳିତ ମନ ଓ ସୁସ୍ଥ ଶରୀର ଗଠନ ପାଇଁ ଯୋଗ ଏକ ଅମୋଘ ଅସ୍ତ୍ର‌ ବୋଲି କହିଥିଲେ।

ଏଥିସହିତ ଦୈନନ୍ଦିନ କାର୍ଯ୍ୟସୂଚୀରେ ଯୋଗକୁ ସାମିଲ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।Advertisment ସେହିପରି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍) ପକ୍ଷରୁ ଭୋଇନଗରସ୍ଥିତ ପାୱାର କମ୍ୟୁନିଟି ସେଣ୍ଟର ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି।

ଏଥିରେ କମ୍ପାନିର ସିଏମ୍‌ଡି ଭାସ୍କର ଶର୍ମା ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

ନିଜର ଦୈନନ୍ଦିନ କାର୍ଯ୍ୟଧାରାରେ ଯୋଗକୁ ସାମିଲ କରି ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାକୁ ସେ ଆହ୍ବାନ ଦେଇଥିଲେ।

ଯୋଗ ତାଲିମଦାତା ଜିତେନ୍ଦ୍ର କୁମାର ଚମ୍ପତିଙ୍କ ତତ୍ତ୍ୱାବଧାନରେ ଏହି ଯୋଗ ଶିବିର ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କମ୍ପାନିର ନିର୍ଦ୍ଦେଶକ (ଅର୍ଥ) ଶ୍ରୀକାନ୍ତ ସାହୁ, ମୁଖ୍ୟମହାପ୍ରବନ୍ଧକ (ମାନବ ସମ୍ବଳ) ଅନିତା ମହାପାତ୍ର ଯୋଗଦେଇଥିଲେ।

ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗାଭ୍ୟାସ ଶିବିରରେ ସାମିଲ ହୋଇଥିଲେ।"