Delhi: ବେଆଇନ ନିର୍ମାଣ ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Sep 09, 2026 - 21:50
Delhi: ବେଆଇନ ନିର୍ମାଣ ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

"ନୂଆଦିଲ୍ଲୀ: ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବେଆଇନ ଓ ବିପଜ୍ଜନକ ନିର୍ମାଣ ଭାଙ୍ଗିବାକୁ ଏମ୍‌ସିଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ପୌର ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ରହି କାର୍ଯ୍ୟାନୁଷ୍ଠାନ ତଦାରଖ କରିବାକୁ କୁହାଯାଇଛି।

ଦିଲ୍ଲୀର ସମସ୍ତ ପିଜି ଓ ହଷ୍ଟେଲର ଯାଞ୍ଚ ସହ ବେଆଇନ ନିର୍ମାଣ ଚିହ୍ନଟ କରି କଡ଼ା ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

କୋଠା କେବେ ଓ କାହା ତତ୍ତ୍ବାବଧାନରେ ନିର୍ମାଣ ହୋଇଥିଲା, ଏହାର ରେକର୍ଡ ଯାଞ୍ଚ କରି ଦାୟୀ ଅଧିକାରୀଙ୍କୁ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।Advertisment ଆହୁରି ପଢନ୍ତୁ: CSIR-IMMT: କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବୃଦ୍ଧି ଏମ୍‌ସିଡିର ତଥ୍ୟ ଅନୁସାରେ, ମଙ୍ଗଳବାର ରାଜଧାନୀର ୧୭ଟି ସମ୍ପତ୍ତି ଉପରେ ଭଙ୍ଗା କାର୍ଯ୍ୟାନୁଷ୍ଠାନ, ୫ଟି ସମ୍ପତ୍ତି ସିଲ୍‌ ଏବଂ ଅନଧିକୃତ ନିର୍ମାଣ ସମ୍ପର୍କିତ ୯ଟି କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା।

୨ଟି ସମ୍ପତ୍ତି ସିଲ୍‌ କରିବା ଓ ୧୨ଟି ସମ୍ପତ୍ତି ଭାଙ୍ଗିବା ପାଇଁ ଆଦେଶ ମଧ୍ୟ ଦିଆଯାଇଥିଲା।

ଲକ୍ଷ୍ମୀନଗର, ବିଶ୍ବାସନଗର, ମୁଖାର୍ଜୀନଗର, ଜାମିଆନଗର, ଶାହିନବାଗ୍‌, ତିଳକନଗର, କରମପୁରା, କାରୋଲବାଗ୍‌, ରମେଶନଗର, ମାନସରୋବର ଗାର୍ଡେନ୍‌, ଚାନ୍ଦିନୀଚୌକ ଓ ନେହରୁ ବିହାର ସମେତ ବିଭିନ୍ନ ଅଞ୍ଚଳରେ ଅଭିଯାନ ଚାଲିଥିଲା।

ଅନ୍ୟପକ୍ଷରେ, ସତ୍ୟ ନିକେତନ କୋଠା ଭୁଶୁଡ଼ିବା ମାମଲାରେ ପିଜି ଅପରେଟର ସୁଧାଂଶୁଙ୍କ ଗିରଫ ପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ପୁଲିସ ଅନୁସାରେ, ମହେଶ ଗୁପ୍ତାଙ୍କ ପୁଲିସ ରିମାଣ୍ଡ ସମୟରେ ଜଣାପଡ଼ିଛି ଯେ ସେ ୨୦୨୫ ଅଗଷ୍ଟରେ ଶୁଭମ ତ୍ୟାଗୀ ଓ ସୁଧାଂଶୁଙ୍କୁ କୋଠାଟି ଲିଜ୍‌ରେ ଦେଇଥିଲେ।

ଦୁହେଁ "ହଷ୍ଟେଲ ଡେଜ୍‌" ନାମରେ ଏଠାରେ ପିଜି ଚଳାଉଥିଲେ।

ସୁଧାଂଶୁ ଗିରଫ ହୋଇଥିବାବେଳେ ଶୁଭମ ତ୍ୟାଗୀ ଫେରାର ଅଛନ୍ତି।

ଏହି ମାମଲାରେ ଏବେ ଘର ମାଲିକ ୮୧ ବର୍ଷୀୟ ହରିରାମ ଗୁପ୍ତା, ତାଙ୍କ ପତ୍ନୀ ଊର୍ମିଳା ଗୁପ୍ତା, ପୁଅ ମହେଶ ଗୁପ୍ତା, ଶ୍ରମିକ ଠିକାଦାର ସନୋଜ ଓ ପିଜି ଅପରେଟର ସୁଧାଂଶୁ ଗିରଫ ହୋଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)