Death penalty: ଇରାନୀ ଯମଜ ଭଉଣୀ ଶାସକଙ୍କ କ୍ରୋଧର ସମ୍ମୁଖୀନ

Sep 06, 2026 - 22:25
Death penalty: ଇରାନୀ ଯମଜ ଭଉଣୀ ଶାସକଙ୍କ କ୍ରୋଧର ସମ୍ମୁଖୀନ

"ତେହେରାନ: ଇରାନ ଆଜି ଆମେରିକା ବିରୋଧରେ ଯୁଦ୍ଧ ଲଢ଼ୁଛି।

ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଇରାନରେ ଶାସନ ବିରୋଧରେ ତୀବ୍ର ସ୍ବର ଉଠୁଥିଲା।

ଜନତାଙ୍କ ପ୍ରଖର ସ୍ବରକୁ ଦବେଇବାକୁ ଇରାନ ସରକାର କଠୋର ବଳ ପ୍ରୟୋଗ କରୁଥିଲା।

ଏହି ସମୟରେ ଦୁଇ ଜଣ ଯମଜ ଭଉଣୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା।

ସେତେବେଳେ ସେମାନଙ୍କ ବୟସ ୧୯ ବର୍ଷ ଥିଲା।

ଆଜି ଦୁଇ ଭଉଣୀଙ୍କ ବୟସ ୨୦ ବର୍ଷ ହେବ।

ଦୁଇ ଭଉଣୀ ଏବେ ଜେଲରେ ଅଛନ୍ତି ଓ ସେଠାରେ ସେମାନଙ୍କୁ ଅତି ନିର୍ମମ ଭାବେ ପ୍ରତାରିତ କରାଯାଉଛି।

ଏମାନଙ୍କ ନାଁ ତାରାନେହ ରହିମି ଓ ରୋମିନା‌ ରହିମି।

ତାରାନେହଙ୍କୁ ମୃତ୍ୟୁଦଣ୍ଡ ମିଳିଥିବାବେଳେ ରୋମିନାଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ମାସ୍କ ଲଗାଇଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଘରୁ ଉଠାଇ ନେଇଥିଲେ।Advertisment ରହିମି ଭଉଣୀଙ୍କୁ ଇରାନୀ ଗାର୍ଡ଼ସଙ୍କ ନିର୍ଦ୍ଦେଶରେ ଉଠା ଯାଇଥିଲା।

ଚାରି ମାସ ପର୍ଯ୍ୟନ୍ତ ସେମାନଙ୍କ ପରିଜନଙ୍କୁ ଜଣାନଥିଲା କି ସେମାନଙ୍କୁ କେଉଁଠାରେ ରଖାଯାଇଛି।

ରହିମି ଭଉଣୀଙ୍କ ମା" ମର୍ଜିହ ନୁରମୋହମଦୀ ନିଜ ଝିଅଙ୍କୁ ହସ୍ପିଟାଲଠାରୁ ଆରମ୍ଭ କରି ସମସ୍ତ ସରକାରୀ ସ୍ଥାନରେ ଖୋଜିଥିଲେ।

ବହୁ ଦିନ ପରେ ସେ ଜାଣିବାକୁ ପାଇଥିଲେ ସେ ତାଙ୍କ ଝିଅମାନଙ୍କୁ ଇସଫାହାନର ଜେଲରେ ବନ୍ଦ ରଖାଯାଇଛି।

ଶେଷରେ ମେ" ମାସରେ ତାଙ୍କୁ ତାଙ୍କ ଝିଅମାନଙ୍କୁ ଭେଟିବାକୁ ଅନୁମତି ମିଳିଥିଲା।

ସେ ଜେଲରେ ଥିବା ନିଜ ଝିଅମାନଙ୍କୁ ପ୍ରଥମେ ଚିହ୍ନି ପାରିନଥିଲେ।

କାରଣ ସେମାନଙ୍କ ମୁହଁର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ଓ ମୁହଁ ଫୁଲି ଯାଇଥିଲା।

ରହିମି ଭଉଣୀଙ୍କ ସମ୍ପର୍କୀୟ ଭାଇ ମସୁଦ ନୁରମୋହମ୍ମଦୀ କହିଛନ୍ତି, ଜେଲରେ ସେମାନଙ୍କ କହୁଣୀ ଓ ଗୋଡ଼ ଭାଙ୍ଗି ଯାଇଥିଲା।

ଜେଲରେ ତାଙ୍କ ଉଭଣୀମାନଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯାଉଛି।

ତାରାନେହ ରହିମି କୋର୍ଟରେ କହିଥିଲେ ଯେ, ତାଙ୍କୁ ଖୁବ୍‌ ପ୍ରତାଡ଼ିତ କରାଯାଉଛି।

ତାଙ୍କ ଭଉଣୀ ସହିତ ଦୁଷ୍କର୍ମ କରାଯିବାର ମଧ୍ୟ ଧମକ ଦିଆଯାଉଥିଲା।

ପରିବାର ଲୋକ କହିଛନ୍ତି, ଜେଲର ଗାର୍ଡ଼ସମାନେ ତାରାନେହଙ୍କୁ ଧମକ ଦେଇଥିଲେ ଯେ, ସେ ସ୍ବୀକାରୋକ୍ତିରେ ଯଦି ଦସ୍ତଖତ ନକରିବେ ତାହାହେଲେ ସେମାନେ ତାଙ୍କ ଆଗରେ ଭଉଣୀ ରୋମିନା ସହିତ ଦୁଷ୍କର୍ମ କରିବେ।

ରୁଷ୍‌ ତେଲକୁ ନେଇ ଜୟଶଙ୍କରଙ୍କ ବଡ଼ ବୟାନ; ତେଲ ନୁହେଁ, କୂଟନୀତିରେ ଶେଷ ହେବ ଯୁଦ୍ଧ କୋର୍ଟ ଶୁଣାଣିବେଳେ ତାଙ୍କ ମା"ଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ଅନୁମତି ମିଳି ନଥିଲା।

ବିରୋଧ ପ୍ରଦର୍ଶନବେଳେ ଦୁଇ ଭଉଣୀ କେମିତି ହିଂସା ଘଟାଇଥିଲେ ତା"ର ପ୍ରମାଣ ପରିବାର ସମ୍ମୁଖରେ ଦିଆଯାଇନଥିଲା।

ଜାନୁଆରି ୮ ଓ ୯ ତାରିଖରେ ଇରାନରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ।

ସେହି ସମୟରେ ତାରାନେହ ଓ ରୋମିନା ପ୍ରଦର୍ଶନୀରେ ସାମିଲ ହୋଇଥିଲେ।

ପାଖାପାଖି ମାସକ ପରେ ଦୁଇଜଣଙ୍କୁ ସେମାନଙ୍କ ଘରୁ ଇରାନୀ ଗାର୍ଡ଼ସ୍‌ ନେଇଯାଇଥିଲେ।

ଭାଇ ମସୁଦ ଅନୁମାନ କରୁଛନ୍ତି ଯେ, ତାରାନେହଙ୍କୁ ମୃତ୍ୟୁଦଣ୍ଡ କେବଳ ଅନ୍ୟ ପ୍ରଦର୍ଶନକାରୀଙ୍କୁ ଭୟଭୀତ କରିବାକୁ ଦିଆଯାଉଛି।

ଆମେରିକା-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବାପରଠାରୁ ଇରାନରେ ୫୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦିଆଗଲାଣି।

ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ମଧ୍ୟ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)