Market investments: ବ୍ୟାଙ୍କରେ ୩୩% ପେନ୍‌ସନ୍‌, ପୁଞ୍ଜି ବଜାରରେ ୩୯%

Sep 06, 2026 - 22:56
Market investments: ବ୍ୟାଙ୍କରେ ୩୩% ପେନ୍‌ସନ୍‌, ପୁଞ୍ଜି ବଜାରରେ ୩୯%

"ନୂଆଦିଲ୍ଲୀ: ଭାରତୀୟ ପରିବାରର ସଞ୍ଚୟ ଅଭ୍ୟାସରେ ଗତ ଦଶନ୍ଧିରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି।

ପରିବାରଗୁଡ଼ିକ କେବଳ ବ୍ୟାଙ୍କ ଜମା ଉପରେ ନିର୍ଭର ନ କରି ମ୍ୟୁଚୁଆଲ୍ ଫଣ୍ଡ, ସେୟାର ବଜାର, ପେନ୍‌ସନ୍ ଫଣ୍ଡ ଓ ଅନ୍ୟାନ୍ୟ ନିବେଶ ବିକଳ୍ପ ଆଡ଼କୁ ଢଳିଛନ୍ତି।

ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡର ଏକ ରିପୋର୍ଟରେ ଏହି ପରିବର୍ତ୍ତନର ଚିତ୍ର ସାମ୍ନାକୁ ଆସିଛି।Advertisment ରିପୋର୍ଟ ଅନୁସାରେ, ୧୯୭୧-୭୨ରୁ ୧୯୭୯-୮୦ ମଧ୍ୟରେ ଭାରତୀୟ ପରିବାରର ମୋଟ ଆର୍ଥିକ ସଞ୍ଚୟର ୫୨% ବ୍ୟାଙ୍କରେ ଜମା ହେଉଥିଲା।

୨୦୨୪-୨୫ ସୁଦ୍ଧା ସେହି ହାର ୩୩%କୁ ହ୍ରାସ ପାଇଛି।

ପରିବାରର ପ୍ରତି ୧୦୦ ଟଙ୍କା ଆର୍ଥିକ ସଞ୍ଚୟରୁ ଏବେ ପ୍ରାୟ ୩୩ ଟଙ୍କା ବ୍ୟାଙ୍କ ଜମାରେ ରହୁଛି।

ଅନ୍ୟପକ୍ଷରେ ଭବିଷ୍ୟନିଧି ପାଣ୍ଠି, ପେନ୍‌ସନ୍ ଫଣ୍ଡ, ମ୍ୟୁଚୁଆଲ୍ ଫଣ୍ଡ, ସେୟାର ବଜାର ଓ ଡିବେଞ୍ଚର୍‌ରେ ନିବେଶ ବୃଦ୍ଧି ପାଉଛି।

ଏହି ସବୁ ଉପକରଣରେ ଭାରତୀୟ ପରିବାରର ୩୯% ସଞ୍ଚୟ ରାଶି ନିବେଶ ହେଉଛି।

ସଞ୍ଚୟରେ ମ୍ୟୁଚୁଆଲ୍ ଫଣ୍ଡ, ସେୟାର ବଜାର ଓ ଡିବେଞ୍ଚର୍‌ର ଅଂଶ ୧୯୭୧-୮୦ରେ ପ୍ରାୟ ଶୂନ ଥିଲା।

୨୦୨୧ରେ ଏହା ୪% ଥିବାବେଳେ ୨୦୨୪ରେ ୧୧% ଏବଂ ୨୦୨୫ରେ ୧୮%କୁ ବୃଦ୍ଧି ପାଇଛି।

୨୦୨୫ରେ ଏହି ସବୁ ଉପକରଣରେ ହେଉଥିବା ନିବେଶ ହାର ପ୍ରଥମ ଥର ପାଇଁ ଜୀବନ ବୀମାରେ ହେଉଥିବା ନିବେଶ ହାର ୧୭ ପ୍ରତିଶତଠାରୁ ଅଧିକ ହୋଇଛି।

ଭବିଷ୍ୟନିଧି ଓ ପେନ୍‌ସନ୍ ଫଣ୍ଡର ଅଂଶ ମଧ୍ୟ ଦୀର୍ଘ ସମୟ ଧରି ସ୍ଥିର ରହିଛି।

୧୯୭୧-୮୦ରେ ଏହି ହାର ୧୯% ଥିବାବେଳେ ୨୦୨୫ରେ ୨୧% ହୋଇଛି।

Ask Google Pay: ଖର୍ଚ୍ଚ ଟ୍ରାକ୍‌ କରି ସଞ୍ଚୟ ଶିଖାଉଛି ଆସ୍କ୍ ଗୁଗୁଲ୍‌ପେ" ତେବେ ୨୦୨୪-୨୫ରେ ଭାରତୀୟ ପରିବାରର ସମ୍ପତ୍ତିର ପ୍ରାୟ ୬୮% ଭୌତିକ ସମ୍ପତ୍ତିରେ ଥିବା ଆକଳନ କରାଯାଇଛି।

ଏଥିରୁ ପ୍ରାୟ ୫୭-୬୦% ରିଅଲ୍ ଇଷ୍ଟେଟ୍‌ରେ ଓ ୧୦-୧୨% ସୁନାରେ ରହିଛି।

ଆଗାମୀ ଦିନରେ ଆର୍ଥିକ ଉପକରଣରେ ନିବେଶ ବଢ଼ିଲେ ଭୌତିକ ସମ୍ପତ୍ତିରେ ନିବେଶ ଭାଗ ୫୮-୬୪%କୁ ହ୍ରାସ ପାଇବା ଆଶଙ୍କା ରହିଛି।

ସେୟାର ବଜାରରେ ଭାରତୀୟ ପରିବାରର ଅଂଶଗ୍ରହଣ ହାର ଏବେ ବି କମ୍ ରହିଛି।

୨୦୧୫ ମାର୍ଚ୍ଚରେ ମୋଟ ପରିବାର ସମ୍ପତ୍ତିର ୨.୯% ଇକ୍ୱିଟିରେ ଥିବାବେଳେ ୨୦୨୫ ମାର୍ଚ୍ଚରେ ତାହା ୬.୬%କୁ ବଢ଼ିଛି।

ଅର୍ଥାତ୍ ସେଥିରେ ପ୍ରାୟ ୨.୩ ଗୁଣ ବୃଦ୍ଧି।

ଏହା ସତ୍ତ୍ବେ ଅନ୍ୟ ଦେଶ ତୁଳନାରେ ଭାରତ ଏବେ ବି ପଛରେ ରହିଛି।

୨୦୨୬ ଜୁନ୍ ସୁଦ୍ଧା ଭାରତୀୟ ପରିବାର ସମ୍ପତ୍ତିରେ ଇକ୍ୱିଟିର ଅଂଶ ପ୍ରାୟ ୭% ରହିଛି।

ଆମେରିକାରେ ଏହା ୨୬% ଓ ତାଇୱାନରେ ୧୭% ଭଳି ଉଚ୍ଚସ୍ତରରେ ରହିଛି।

ଭାରତର ମ୍ୟୁଚୁଆଲ୍ ଫଣ୍ଡ ଶିଳ୍ପର ଆକାର ମଧ୍ୟ ଦ୍ରୁତ ବଢ଼ିଛି।

୨୦୨୧ ଜୁଲାଇରେ ମ୍ୟୁଚୁଆଲ୍ ଫଣ୍ଡର ପରିଚାଳନା ଅଧୀନ ସମ୍ପତ୍ତି ୩୫.୩୨ ଲକ୍ଷ କୋଟି ଟଙ୍କା ଥିଲା।

୨୦୨୬ ଜୁଲାଇରେ ୮୫.୭୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏୟୁଏମ୍‌ ୧୯% ବାର୍ଷିକ ହାରରେ ବଢ଼ିଛି।

ଖୁଚୁରା ନିବେଶକଙ୍କ ଅଂଶଗ୍ରହଣ, ଏସ୍‌ଆଇପି ଲୋକପ୍ରିୟତା ଓ ଯୁବପିଢ଼ିର ବଜାର ସଂଲଗ୍ନ ନିବେଶ ପ୍ରତି ଆଗ୍ରହ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)