Death: ବାର୍ହା ଶିକାର କରିବାକୁ ଯାଇଥିଲେ ଯୁବକ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ
ମହାକାଳପଡ଼ା: ବାରହା ଶିକାର କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶିକାରୀ ଙ୍କ ମୃତ୍ୟୁ ହୋଇଛି।
ମୃତ ଯୁବକ ଜଣକ ହେଉଛନ୍ତି ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଭୋପାଳ ଗ୍ରାମର ଅଶ୍ୱସ୍ଥ ନାୟକ ଓରଫ ନେଙ୍ଗ(୪୫)।
Advertisment ସୂଚନା ଅନୁଯାୟୀ, ଭୋପାଳ (ଓସ୍ତିରା) ଗ୍ରାମ ନିକଟ ଚାଷ ଜମିରେ ତାଙ୍କ ନେଙ୍ଗଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୃତଦେହ ନିକଟରେ ଏକ ବାଡ଼ି ପଡ଼ିଥିବା ବେଳେ ପ୍ୟାଣ୍ଟ ପକେଟରୁ ଏକ ଟର୍ଚ୍ଚ ମିଳିଛି।
ଏଥିସହ ଘଟଣାସ୍ଥଳରେ ବାଇଣ୍ଡିଂ ତାର ମଧ୍ୟ ପଡ଼ିଥିବା ବେଳେ ମୃତ ଅଶ୍ୱସ୍ଥଙ୍କ ଦୁଇ ହାତ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଅଶ୍ୱସ୍ଥ ଗତକାଲି ରାତି ପ୍ରାୟ ୭ ଟା ବେଳେ ଘରୁ ବାହାରିଥିଲେ।
ଆଉ ଘରକୁ ଫେରି ନ ଥିଲେ।
ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ଓସ୍ତିରା ଗ୍ରାମର କେତେକ ଲୋକ ଆଜି ସକାଳୁ ଚାଷ ଜମିରେ ମୃତଦେହ ପଡ଼ିଥିବା ଦେଖି ପରିବାରକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
୨ଜଣ ଯୁବକ ସ୍ୱାମୀଙ୍କୁ ବାରହା ଶିକାର ପାଇଁ ଡାକି ଆଣିଥିଲେ ଖବର ପାଇ ତନ୍ତିଆପାଳ ସାମୁଦ୍ରିକ ଥାନାଧିକାରୀ ନରେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଯାଇଥିଲା କି ନାହିଁ ଓ ସେ ଉକ୍ତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
ଅନ୍ୟପକ୍ଷରେ ମୃତ ଅଶ୍ଵସ୍ଥଙ୍କ ପତ୍ନୀ ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ୨ଜଣ ଯୁବକ ତାଙ୍କ ସ୍ୱାମୀଙ୍କୁ ବାରହା ଶିକାର ପାଇଁ ଡାକି ଆଣିଥିଲେ | ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି | SI Prabhasini Sahu: ଚାକିରି ନ ଛାଡ଼ିବା ଲାଗି ଏସ୍ଆଇ ପ୍ରଭାସିନୀ ସାହୁଙ୍କୁ ଚାପ ପକାଉଥିଲେ ସ୍ବାମୀ, ଶାଶୂ ଓ ଶ୍ବଶୁର: ବାପା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
