Death: ବାଇକ୍ ମରାମତି ଘରକୁ ଫେରୁଥିଲେ ଯୁବକ, ବାଟରେ ଜଗିଥିଲା ଯମ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ପତୋରା ଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ଲୋଡ୍ରା ଗାଁ ର ଧନଞ୍ଜୟ ମାଝି (୨୧)।
Advertisment ଲୋଡ୍ରା ଗାଁର ଧନଞ୍ଜୟ ବାଇକ୍ ମରାମତି କରିବାକୁ ନୂଆପଡ଼ା ସହରକୁ ଆସିଥିଲେ।
ଧନଞ୍ଜୟ ବାଇକରେ ଘରକୁ ଫେରୁଥିଲେ।
ଧରମବନ୍ଧା ଥାନା ପତୋରା ମଦଭାଟି ନିକଟରେ ଏକ ପୋଲରେ ଗାଡ଼ି ଭାରସାମ୍ୟ ହରାଇ ପିଟି ହୋଇଥିଲା ।
ଫଳରେ ଧନଞ୍ଜୟ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଧନଞ୍ଜୟଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଧନଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ।
ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚଳାଇଛି ପୁଲିସ ଧରମବନ୍ଧା ଥାନାରେ ଏକ ଦୁର୍ଘଟଣା ଜନିତମୃତ୍ୟୁ ମାମଲା ରୁଜୁ କରି ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚଳାଇଛି।
ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଧରମ ବନ୍ଧା ଆଇଆଇସି ସୂର୍ଯ୍ୟକାନ୍ତୀ ଦାସ ସୂଚନା ଦେଇଛନ୍ତି।
Priyanshi: ୧୨ ବର୍ଷରେ ତୃପ୍ତି ଓ ୧୩ ବର୍ଷରେ ଅନନ୍ୟା: ଛଅ ବର୍ଷରେ ସିନେମାରେ ପ୍ରଥମ ଗୀତ ଗାଇଲେ ପ୍ରିୟାଂଶୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
