BJP and Akali Dal: ବଡ଼ ଧରଣର ପରିବର୍ତ୍ତନ: ପୁଣି ଏକାଠି ହେବେ ବିଜେପି-ଅକାଳୀ ଦଳ

Nov 24, 2026 - 12:13
BJP and Akali Dal: ବଡ଼ ଧରଣର ପରିବର୍ତ୍ତନ: ପୁଣି ଏକାଠି ହେବେ ବିଜେପି-ଅକାଳୀ ଦଳ

ନୂଆଦିଲ୍ଲୀ/ଚଣ୍ଡୀଗଡ଼: ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।

ଦୀର୍ଘ ଛଅ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି ( ବିଜେପି ) ଓ ଶିରୋମଣି ଅକାଳୀ ଦଳ (ଏସଏଡି) ପୁଣିଥରେ ସେମାନଙ୍କର ପୁରୁଣା ମେଣ୍ଟକୁ ପୁନର୍ଜୀବିତ କରିବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମଙ୍ଗଳବାର ଅପରାହ୍ଣ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲ ଏହି ମେଣ୍ଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିବାର ସମ୍ଭାବନା ରହିଛି।

Advertisment ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ୨୦୨୦ ସେପ୍ଟେମ୍ବର ମାସରେ ଶିରୋମଣି ଅକାଳୀ ଦଳ 'ଏନଡିଏ'ରୁ ଓହରି ଯାଇଥିଲା, ଯାହାଫଳରେ ଦୁଇ ଦଳର ଦୀର୍ଘଦିନର ସମ୍ପର୍କ ଛିନ୍ନ ହୋଇଥିଲା।

ଯଦିଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଉକ୍ତ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେଇଥିଲେ, ତଥାପି ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ରାଜ୍ୟର ମୋଟ ୧୧୭ଟି ବିଧାନସଭା ଆସନ ମଧ୍ୟରୁ ସେହି ନିର୍ବାଚନରେ ଶିରୋମଣି ଅକାଳୀ ଦଳ ମାତ୍ର ତିନୋଟି ଏବଂ ବିଜେପି ଦୁଇଟି ଆସନରେ ବିଜୟୀ ହୋଇଥିଲା।

ବର୍ତ୍ତମାନ ଗୁରୁପର୍ବ ଅବସରରେ ଉଭୟ ଦଳ ପୁଣିଥରେ ହାତ ମିଳାଇବାକୁ ଯାଉଥିବାରୁ ପଞ୍ଜାବ ରାଜନୀତିରେ ଏହା ନୂଆ ସମୀକରଣ ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କୁମାର ପୂର୍ଣ୍ଣିମାରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା, କାର୍ତ୍ତିକ ପୂର୍ଣ୍ଣିମାରେ ଆଖି ବୁଜି‌ଲେ ସାନଭାଇ ପୂର୍ଣ୍ଣଚନ୍ଦ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)