24 NOVEMBER 2026

Welcome!

Unlock your personalized experience.
Sign Up

WTC Final Race: ଡବ୍‌ଲ୍ୟୁଟିସି ଫାଇନାଲ୍‌ ଦୌଡ଼: ୨୨ ଟେଷ୍ଟ, ୪ ଦଳ

Nov 24, 2026 - 12:13
WTC Final Race: ଡବ୍‌ଲ୍ୟୁଟିସି ଫାଇନାଲ୍‌ ଦୌଡ଼: ୨୨ ଟେଷ୍ଟ, ୪ ଦଳ

ନୂଆଦିଲ୍ଲୀ: ୨୦୨୫-୨୭ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ (ଡବ୍‌ଲ୍ୟୁଟିସି) ଚକ୍ରରେ ମୋଟ ଉପରେ ଆଉ ୨୨ ଟେଷ୍ଟ୍‌ ବାକି ରହିଛି। ଶୀର୍ଷ ୨ ଦଳ ଫାଇନାଲ୍ ଖେଳିବାକୁ ଥିଲା ବେଳେ ଏହି ସ୍ଥାନ ପାଇଁ ଲଢ଼େଇ ଏବେ ରୋମାଞ୍ଚକ ‌ମୋଡ଼ରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡପ୍ରଥମ ତିନିଟି ସ୍ଥାନରେ ରହି ଦୌଡ଼ରେ ଆଗରେ ରହିଛି। ଚତୁର୍ଥ ଥିବା ଭାରତକୁ ଫାଇନାଲ୍‌ ଦୌଡ଼ରେ ରହିବା ପାଇଁ ଅବଶିଷ୍ଟ ସବୁ ମ୍ୟାଚ୍‌ ଜିତିବା ସହ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ପୂର୍ବ ଦୁଇଟି ଡବ୍ଲ୍ୟୁଟିସି ଚକ୍ରରେ ଫାଇନାଲ୍‌ ଖେଳିଥିବା ୪ ଦଳ ମଧ୍ୟରୁ ୩ଟି ୬୫ ପ୍ରତିଶତରୁ ଅଧିକ ପିସିଟି ହାସଲ କରିଥିଲେ। ତେଣୁ ଏଥର ମଧ୍ୟ ସେହି ପ୍ରତିଶତ ରଖିଥିବା ଦଳ ଫାଇନାଲ୍‌ ଖେଳିପାରିବେ। ସଂପ୍ରତି ପଞ୍ଚମରୁ ଷଷ୍ଠ ସ୍ଥାନରେ ଥିବା ବାଂଲାଦେଶ (୪୦.୭୪), ଇଂଲଣ୍ଡ (୩୮.୫୪), ୱେଷ୍ଟଇଣ୍ଡିଜ୍‌ (୨୭.୩୮), ଶ୍ରୀଲଙ୍କା (୧୩.୫୪), ପାକିସ୍ତାନ (୧୨.୧୨) ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଅନ୍ୟ ୪ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତର କେତେ ଆଶା ରହିଛି ତାହା ଉପରେ ନଜର ପକାଇବା।

୧.-ଦକ୍ଷିଣ ଆଫ୍ରିକା–୭୫%

- ଖେଳିଛି: ୮ (୬ ବିଜୟ, ୨ ପରାଜୟ)
- ବାକି ଅଛି: ୬

- ୪ ଜିତିଲେ ପିସିଟି ୭୧.୪୩% ହେବ, ଫାଇନାଲ୍‌ ଖେଳିବା ବି ପ୍ରାୟ ନିଶ୍ଚିତ‌ ହେବ।
- ୩ ବିଜୟ ଓ ୩ ପରାଜୟରେ ୬୪.୨୮% ଏବଂ ୩ ବିଜୟ, ୧ ଡ୍ର’ ଓ ୨ ପରାଜୟରେ ପିସିଟି ୬୬.୬୭% ହେବ।

୨. ଅଷ୍ଟ୍ରେଲିଆ–୬୯.୨୩%
- ଖେଳିଛି: ୧୩ (୯ ବିଜୟ, ୪ ପରାଜୟ)

- ବାକି ଅଛି: ୯
- ୬ ଜିତିଲେ ୬୮.୧୮%, ୫ ଜିତିଲେ ୬୩.୬୪% ଏବଂ ୪ ଜିତିଲେ ୫୯.୦୯% ହେବ।

- ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ସହ ୪ ପରେ ଭାରତରେ ୫ ଟେଷ୍ଟ ଖେଳିବ।
୩. ନ୍ୟୁଜିଲାଣ୍ଡ–୬୬.୬୭%

- ଖେଳିଛି: ୭ (୪ ବିଜୟ, ୧ ପରାଜୟ, ୨ ଡ୍ର’)
- ବାକି ଅଛି: ୯

- ଅବଶିଷ୍ଟ ୧୦୮ ପଏଣ୍ଟରୁ ଅତିକମ୍ରେ ୬୦ ପଏଣ୍ଟ ପାଇଲେ ୬୦%ରୁ ଅଧିକ ସହ ଫାଇନାଲ ସୁଯୋଗ ରହିବ।
- ୫ ବିଜୟ କିମ୍ବା ୪ ବିଜୟ ଓ ୩ ଡ୍ର’ ହେଲେ ଏହି ଲକ୍ଷ୍ୟ ପୂରଣ ହେବ, ୬ ବିଜୟ ଓ ୩ ପରାଜୟରେ ୬୬.୬୭% ହେବ।

୪. ଭାରତ– ୫୦.୦୦%
- ଖେଳିଛି: ୧୨ (୫ ବିଜୟ, ୪ ପରାଜୟ, ୩ ଡ୍ର’)

- ବାକି ଅଛି: ୬
- ୱେଲିଂଟନ୍‌ ଟେଷ୍ଟ ଡ୍ର’ ପରେ ଭାରତର ସର୍ବାଧିକ ପିସିଟି ୬୬.୬୭% ହୋଇପାରିବ। ଏଥିପାଇଁ ସମସ୍ତ ୬ ମ୍ୟାଚ୍‌ ଜିତିବାକୁ ପଡ଼ିବ।

- ୫ ବିଜୟ ଓ ୧ ଡ୍ର’ ହେଲେ ୬୨.୯୬% ଏବଂ ୫ ବିଜୟ ଓ ୧ ପରାଜୟ ହେଲେ ୬୧.୧୧% ହେବ।
- ଫାଇନାଲ୍‌ ଦୌଡ଼ରେ ରହିବାକୁ ହେଲେ ଭାରତକୁ ସର୍ବାଧିକ ପଏଣ୍ଟ ହାସଲ କରିବା ସହ ଅନ୍ୟ ଦଳର ଫଳାଫଳ ଉପରେ ନଜର ରଖିବାକୁ ହେବ।

କୁମାର ପୂର୍ଣ୍ଣିମାରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା, କାର୍ତ୍ତିକ ପୂର୍ଣ୍ଣିମାରେ ଆଖି ବୁଜି‌ଲେ ସାନଭାଇ ପୂର୍ଣ୍ଣଚନ୍ଦ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)