Death: ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ: ଆମ୍ବ ଗଛ ମୂଳେ ନେଉଥିଲେ ଆଶ୍ରୟ

Sep 08, 2026 - 09:45
Death: ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ: ଆମ୍ବ ଗଛ ମୂଳେ ନେଉଥିଲେ ଆଶ୍ରୟ

"ଖଇରା: ବଜ୍ରାଘାତ ନେଲା ଆଉ ଜଣେ ଯୁବକଙ୍କ ଜୀବନ।

ଖଇରା ବ୍ଳକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ନିକଟରେ ବଜ୍ରାଘାତ ହେବା ଫଳରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି।

ମୃତ ଯୁବକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଅଣିଜୋ ଗାଁର ସାଗର ହୋ"ଙ୍କପୁଅଚମାର ହୋ।Advertisment ବାଇକ୍‌ଯୋଗେ କୌଣସି କାମରେ ଯାଉଥିଲେ​ ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ଚମାର ଏକ ବାଇକ୍‌ଯୋଗେ କୌଣସି କାମରେ ଯାଉଥିଲେ।

ରଘୁନାଥପୁର ଗାଁ ନିକଟରେ ପହଞ୍ଚିବା ପୂର୍ବରୁ ହଠାତ୍ ପ୍ରବଳ ବର୍ଷାସହ ଘଡ଼ଘଡ଼ି ହୋଇଥିଲା।

ବର୍ଷାରୁ ରକ୍ଷା ପାଇବା ପାଇଁ ସେ ନିକଟସ୍ଥ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ।

ତେବେ ସେହି ସମୟରେ ଉକ୍ତ ଆମ୍ବ ଗଛ ଉପରେ ବଜ୍ରପାତ ହୋଇଥିଲା।

ବଜ୍ରାଘାତର ତୀବ୍ରତା ଏତେ ଅଧିକ ଥିଲା ଯେ ଗଛଟି ଫାଟିଯିବା ସହ ଚମାର ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ।​ ବର୍ଷା ଛାଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Fire: ରାଜଧାନୀରେ ଜଳିଗଲା କାର୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)