Dead body : ପାଣିରୁ ଉଦ୍ଧାର ହେଲା ମୃତଦେହ

Aug 20, 2026 - 14:38
Dead body : ପାଣିରୁ ଉଦ୍ଧାର ହେଲା ମୃତଦେହ

"ଦେଓଗାଁ/ରାହାମା: ପାଣି ଭିତରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୁଣ୍ଡ ବିହୀନ ମୃତ ଦେହ।

ବଲାଙ୍ଗୀର ଜିଲ୍ଲା ବଗଡ଼ା ପାଣି ଟାଙ୍କି ନିକଟରେ ପଡିଛି ମୁଣ୍ଡ ବିହୀନ ମୃତଦେହ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟରେ ଥିବା ଏକ ପାଣିଟାଙ୍କୀ ନିକଟରେ ଥିବା ବିଲରେ ଏକ ମୁଣ୍ଡ ବିହୀନ ମୃତଶରୀର ପଡ଼ିରହିଛି।

ତେବେ ମୃତଦେହଟି ମହିଳା କି ପୁରୁଷଙ୍କର ତାହା ଜଣାପଡ଼ିନାହିଁ।

ଏନେଇ ଘଟଣାସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ତେବେ କେହି ଗୁଣିଗାରେଡ଼ି କରି ହତ୍ୟା କରି ଫିଙ୍ଗିଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।

Advertisment ଆହୁରି ପଢନ୍ତୁ :Keonjhar: ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ ଅନ୍ୟପଟେ ଜଗତସିଂହପୁର ରାହାମାରେ ମଧ୍ୟ ଆଜି ନଦୀରେ ଭାସୁଥିବାବେଳେ ଏକ ମୃତଦେହ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ରାହାମା ସ୍ଥିତ ମହାନଦୀର ବନ୍ୟା ଜଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଆଜି ସକାଳେ ହରିପୁର ପଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଲାଗିଥିବାର ଦେଖାଯାଇଥିଲା |  ଖବର ପାଇବା ପରେ ତିର୍ତୋଲ ପୋଲିସ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ସହିତ ଏକ ଟିମ ଓ ତିର୍ତୋଲ ଅଗ୍ନିଶମ ବିଭାଗ ସୁଶାନ୍ତ ଦାସଙ୍କ ନେତୃତ୍ୱ ଏକ ଟିମ ପହଞ୍ଚି ଶବକୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ପଠାଇଥିବାବେଳେ ଶବ ବ୍ୟବଛେଦ କରାଯିବ | ଏହି ମୃତଦେହ କାହାର ସେନେଇ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)