Cyclone: ପାହାଡ଼ିଆ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଧାୟକ, ଆଶ୍ରୟସ୍ଥଳୀରେ ଖାଦ୍ୟ, ପାଣି ଅଭାବ ନେଇ ଉଦ୍‌ବେଗ

Oct 27, 2026 - 22:02
Cyclone: ପାହାଡ଼ିଆ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଧାୟକ, ଆଶ୍ରୟସ୍ଥଳୀରେ ଖାଦ୍ୟ, ପାଣି ଅଭାବ ନେଇ ଉଦ୍‌ବେଗ

ପାରଳାଖେମୁଣ୍ଡି: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଗଜପତି ଜିଲ୍ଲାରେ ସତର୍କତା ଜାରି ହୋଇଥିବା ବେଳେ ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ଏଭଳି ସ୍ଥିତିରେ ପାରଳାଖେମୁଣ୍ଡି ବିଧାୟକ ଇଂ.

ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ଓ ଗୁମ୍ମା ବ୍ଲକର ମଞ୍ଜିଲିଗୁଡ଼ା, ଭୂୟାଁସାହି ଓ ସୁମାସିଂ ଆଦି ଅଞ୍ଚଳ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସ୍ଥିତି ପରଖିଛନ୍ତି।

ତେବେ କେତେକ ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment ବିଧାୟକ ବିପଦସଙ୍କୁଳ ଗ୍ରାମ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ପରିଦର୍ଶନ କରିବା ସହ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।

ଏହି ସମୟରେ କେତେକ ଆଶ୍ରୟସ୍ଥଳୀରେ ଆବଶ୍ୟକ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନଥିବା ଜଣାପଡ଼ିଥିଲା।

ସେହିପରି କିଛି ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।

ଏହାକୁ ଗୁରୁତ୍ୱ ଦେଇ ବିଧାୟକ ତୁରନ୍ତ ଫୋନ୍‌ ଯୋଗେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ କହିଥିଲେ।

ଏଥିସହ କେତେକ ଗ୍ରାମରେ ସେ ନିଜେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

Cyclone: ବାତ୍ୟା ମୁକାବିଲା ତଦାରଖ ପାଇଁ ଗଜପତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପାହାଡ଼ ଉପରେ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ପରିବାରଗୁଡ଼ିକ ପ୍ରବଳ ବର୍ଷା ଓ ଭୂସ୍ଖଳନର ଅଧିକ ବିପଦରେ ରହିଛନ୍ତି।

ବର୍ଷା ବଢ଼ିଲେ ରାସ୍ତାଘାଟ ବିଚ୍ଛିନ୍ନ ହେବା ସହ ଜରୁରୀ ସେବା ଓ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ତେଣୁ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ଶୌଚାଳୟ ଓ ଚିକିତ୍ସା ସୁବିଧାର ଉପଲବ୍ଧତା ନିଶ୍ଚିତ କରିବା ସହ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ରୋଗୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

ତେବେ ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ୱେ ଆଶ୍ରୟସ୍ଥଳୀରେ ଏଭଳି ଅବ୍ୟବସ୍ଥା ଅଭିଯୋଗ ପ୍ରସ୍ତୁତିର ବାସ୍ତବ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।

କେବଳ ଲୋକଙ୍କୁ ସ୍ଥାନାନ୍ତର କରିଦେବା ନୁହେଁ, ବରଂ ବିପଦ ସମୟରେ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ମଧ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ।

ଏହି ଗସ୍ତ ସମୟରେ ବିଧାୟକଙ୍କ ସହ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସରପଞ୍ଚ ଅଖିଳ ପାତ୍ର, ଜଗନ୍ନାଥ ଦୋରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)