Cyclone Arnab Impact: ବାତ୍ୟା ଅର୍ଣ୍ଣବ ପ୍ରଭାବରୁ ବର୍ଷା, ଅସ୍ତରଙ୍ଗରେ କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ
ଅସ୍ତରଙ୍ଗ(ବିପିନ ବିହାରୀ ଦାସ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଏକ ମାଟି କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
Advertisment Cyclone Arnab: ମାଲକାନଗିରିରେ ୨୬ରୁ ୨୮ ପ୍ରବଳ ବର୍ଷା ଆଶଙ୍କା, ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ସୂଚନାନୁସାରେ, ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତ ଜେନାପୁର ଗ୍ରାମର ପ୍ରଶାନ୍ତ ମୁଦୁଲୀଙ୍କ ଧର୍ମପତ୍ନୀ ଲୋଭାବତୀ ମୁଦୁଲୀ(୪୧) ରୋଷେଇ ଘରେ ନିଜ ସନ୍ତାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ।
ରୋଷେଇ ଘରର ପାଞ୍ଚ ଇଞ୍ଚିଆ କାନ୍ଥ ହଠାତ୍ ଭୁଶୁଡି ପଡ଼ିଥିଲେ।
ଏହାତଳେ ସେ ଚାପି ହୋଇଯାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ସେଠାରୁ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନନ୍ତର କରାଯାଇଥିଲା।
ସେଠାରେ ତାଙ୍କର ମୃତ୍ୟୁ ହେବା ଖବର ମିଳିଛି।
Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ ତାଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ, ସ୍ୱାମୀ ପ୍ରଶାନ୍ତ ଜଣେ ଦିନ ମଜୁରିଆ ଅଟନ୍ତି।
ଉଭୟ ଦମ୍ପତି ମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
