Illegal Mining Crackdown ବେଆଇନ ଖଣି ଉପରେ ଚଢ଼ାଉ, ୮ ହାଇୱା, ୫ ଜେସିବି ଜବତ
ଆଠଗଡ଼: ଆଠଗଡ଼ ଉପଖଣ୍ଡରେ ବେଆଇନ ଖଣି ଖନନ ଓ ଚାଲାଣ କରାଯାଉଥିବା ସୂଚନା ପାଇ ଆଜି ଆଠଗଡ଼ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି।
ଆଠଗଡ଼ ଓ ତିଗିରିଆ ତହସିଲ ଅଞ୍ଚଳରେ ହୋଇଥିବା ଏହି ଅଭିଯାନରେ ମୋଟ ୮ଟି ହାଇୱା, ୫ଟି ଜେସିବି, ଗୋଟିଏ ଡ୍ରିଲିଂ ମେସିନ୍ ଏବଂ ଗୋଟିଏ ଡିଜି ସେଟ୍ ଜବତ କରାଯାଇଛି।
Advertisment Forest Department: ବେଆଇନ ଖଣିଜ ଉତ୍ତୋଳନ ଅଭିଯୋଗ, ଜଣେ ଗିରଫ ଆଠଗଡ଼ ଉପଜିଲ୍ଲାପାଳ ଅନିମେଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ତିଗିରିଆ ତହସିଲ ଅନ୍ତର୍ଗତ ଭେଜିଆ ଅଞ୍ଚଳରେ ଥିବା ବେଆଇନ ଖଣି ଖନନ ସ୍ଥଳ ନିକଟରେ ଚଢ଼ାଉ କରାଯାଇଥିଲା।
କଳାପଥର ବୋଲ୍ଡର ପରିବହନରେ ନିୟୋଜିତ ୫ଟି ହାଇୱା ଓ ଖଣି ଖନନ କାର୍ଯ୍ୟରେ ବ୍ୟବହୃତ ୫ଟି ଜେସିବି ଜବତ କରାଯାଇଥିଲା।
ଏଥିସହ ହାଇୱାରେ ଲୋଡ୍ ହୋଇଥିବା ଗୋଟିଏ ଡ୍ରିଲିଂ ମେସିନ୍ ଓ ଗୋଟିଏ ଡିଜି ସେଟ୍ ମଧ୍ୟ ଜବତ କରାଯାଇଥିଲା।
Illegal: ବେଆଇନ ଖଣି ଖାଉଛି ଜଙ୍ଗଲ ସେହିପରି ଆଠଗଡ଼ ତହସିଲ ଅଞ୍ଚଳରେ ଯାଞ୍ଚ ସମୟରେ ବୈଧ ଟ୍ରାନ୍ଜିଟ୍ ପାସ୍ (ଟିପି) ବିନା ବାଲି ପରିବହନ କରୁଥିବା ଗୋଟିଏ ହାଇୱା ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ପଥର ଚିପ୍ସ ପରିବହନ କରୁଥିବା ଅନ୍ୟ ଦୁଇଟି ହାଇୱାକୁ ଜବତ କରାଯାଇଛି।ଜବତ ହୋଇଥିବା ସମସ୍ତ ଗାଡ଼ି ଓ ଯନ୍ତ୍ରପାତିକୁ ଆଠଗଡ଼ ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି।
ଏହି ଘଟଣାରେ ଆବଶ୍ୟକୀୟ ତଦନ୍ତ ଓ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
