Tata: ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନୋଏଲଙ୍କ ବିରୋଧ

Oct 27, 2026 - 23:21
Tata: ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନୋଏଲଙ୍କ ବିରୋଧ

ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଏନ୍‌ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଟାଟା ଟ୍ରଷ୍ଟର ମୁଖ୍ୟ ନୋଏଲ ଟାଟା ବିରୋଧ ଜାରି ରଖିଛନ୍ତି।

କେଉଁ ଆଧାରରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ତାହା ଜାଣିବାକୁ ସେ ଚାହିଛନ୍ତି।

ଏନେଇ ସେ ଟାଟା ସନ୍ସର କମ୍ପାନି ସେକ୍ରେଟାରି ସୁପ୍ରକାଶ ମୁଖୋପାଧ୍ୟାୟଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି।

ଗତ ସେପ୍ଟେମ୍ବର ୧୭ରେ ହୋଇଥିବା କମ୍ପାନିର ବୋର୍ଡ ବୈଠକରେ ଏଜେଣ୍ଡାରେ ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗ ନଥିଲା।

କାହିଁକି ସେହି ପ୍ରସ୍ତାବ ଅଣାଗଲା ଓ ପାରିତ କରାଗଲା ତାହା ଜାଣିବାକୁ ସେ ଚାହିଛନ୍ତି।

ସେ ବୋର୍ଡ ବୈଠକର ଅଡିଓ-ଭିଡିଓ ରେକର୍ଡିଂ ମାଗିଛନ୍ତି।

ସାତ ଦିନ ଭିତରେ ତାହା ଦେବାକୁ ‌ସେ ଦାବି କରିଛନ୍ତି।

Advertisment ନୋଏଲ ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ।

ରତନଙ୍କ ଦେହାନ୍ତ ପରେ ସେ ଟାଟା ଟ୍ରଷ୍ଟଗୁଡ଼ିକର ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି।

ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ସଂସ୍ଥା ହେଉଛି ଟାଟା ସନ୍ସ।

ସେହି ସଂସ୍ଥାରେ ଟ୍ରଷ୍ଟର ସିଂହ ଭାଗ ୬୬% ଅଂଶଧନ ରହିଛି।

ଏତେ ଅଧିକ ଅଂଶଧନ ସତ୍ତ୍ବେ ତାଙ୍କ କଥା ନ ରହିବାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଚନ୍ଦ୍ରଶେଖରନ କମ୍ପାନିଙ୍କୁ ନୂଆ ଅଧ୍ୟକ୍ଷ କରାଯିବା ସମ୍ପର୍କରେ ଟାଟା ସନ୍ସ ପକ୍ଷରୁ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦସ୍ତାବିଜ ଦାଖଲ କରାଯାଇଥିବା ଜାଣିବା ପରେ ନୋଏଲ ତାହାକୁ କଡ଼ା ବିରୋଧ କରିଛନ୍ତି।

ସେହିପରି ଟାଟା ସନ୍ସକୁ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କରିବା ପାଇଁ ବିଭିନ୍ନ ନିର୍ଦ୍ଦେଶକ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସେ ବିରୋଧ କରିଛନ୍ତି।

କମ୍ପାନିର ସେପ୍ଟେମ୍ବର ୧୭ ବୋର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କିତ କାଗଜପତ୍ରକୁ ମଧ୍ୟ ନୋଏଲ ମାଗିଥିଲେ ଯାହା ତାଙ୍କୁ ଏପର୍ଯ୍ୟନ୍ତ ଦିଆଯାଇନାହିଁ।

ଚନ୍ଦ୍ରଶେଖନରଙ୍କ ପୁନଃନିଯୁକ୍ତି ପାଇଁ ନିୟମଗୁଡ଼ିକୁ ଠିକ୍‌ ଭାବେ ପାଳନ କରାଯାଇନଥିବା ନୋଏଲ ଅଭିଯୋଗ କରିଚନ୍ତି।

କାହିଁକି କୌଣସି ଚୟନ କମିଟି ଗଠନ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଟାଟା ସନ୍ସର ମନୋନୀତ ସଦସ୍ୟ ବେଣୁ ଶ୍ରୀନିବାସନଙ୍କ ବିରୋଧରେ ସେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣିଛନ୍ତି।

ଚନ୍ଦ୍ରଶେଖରନଙ୍କ ପତ୍ନୀ ଓ ପୁଅଙ୍କ ଦ୍ବାରା ପରିଚାଳିତ ହେଉଥିବା ହାନୋ ୱାନ୍‌ ଓୟାରହାଉସିଂ ଓ ଟିଭିଏସ୍‌ ମୋଟର୍‌ ସହ ଟାଟାର କଣ ସବୁ ବ୍ୟବସାୟ ସମ୍ପର୍କ ରହିଛି ତାହା ନୋଏଲ ଜାଣିବାକୁ ଚାହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)