Cyclone Arnab: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅର୍ଣ୍ଣବ’, ଅକ୍ଟୋବର ୨୮ରେ କେଉଁଠି ହେବ ମାଡ଼?

Oct 27, 2026 - 19:41
Cyclone Arnab: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅର୍ଣ୍ଣବ’, ଅକ୍ଟୋବର ୨୮ରେ କେଉଁଠି ହେବ ମାଡ଼?

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ'କୁ ନେଇ ଏବେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଚିନ୍ତା ବଢ଼ିଛି।

ସମୁଦ୍ର ଭିତରୁ ଏହି ବାତ୍ୟା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହା ଗଭୀର ଅବପାତର ରୂପ ନେଇ ସାରିଛି।

ଏହା ଅକ୍ଟୋବର ୨୮ ତାରିଖ ସକାଳ ଠାରୁ ଅପରାହ୍‌ଣ ମଧ୍ୟରେ ଆନ୍ଧ୍ରପ୍ରଦେଶର ବାପଟାଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

Advertisment ବାତ୍ୟା ଯେଉଁ ସମୟରେ ସ୍ଥଳଭାଗ ଛୁଇଁବ, ସେହି ସମୟରେ ପବନର ଘଣ୍ଟା ପିଛା ବେଗ ୧୨୫ରୁ ୧୩୫କିମି ରହିବ।

ଝଟକା ପବନ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚି ପାରେ।

ବାତ୍ୟା କାରଣରୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ କ୍ଷେତ୍ରରେ ପ୍ରବଳ ବର୍ଷା ହୋଇପାରେ।

ପବନ ସହିତ ସମୁଦ୍ରରେ ଉଚ୍ଚ ଢେଉ ଆସିପାରେ।

Cyclone Arnab Preparedness: ବାତ୍ୟା 'ଅର୍ଣ୍ଣବ: ମାଲକାନଗିରିରେ ସରଜମିନ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସମ୍ଭାବିତ ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।

କେବଳ ଆନ୍ଧ୍ରପ୍ରଦେଶରେ ୫୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି।

ରାଜ୍ୟରୁ ୪ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ‌ହେବେ।

ଏହାରି ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି, ଯେଉଁଥିରେ ମାଲକାନଗିରି , ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି , କଟକ ଏବଂ ଖୋର୍ଦ୍ଧା ସାମିଲ ଅଛି।

ସେହିପରି ୪ଟି ରାଜ୍ୟରେ ୬୦ରୁ ଅଧିକ ଟ୍ରେନ୍‌ ବାତିଲ କରିଦିଆଯାଇଛି।

ଏବେ ପ୍ରଶାସନ ଅକ୍ଟୋବର ୨୮ ତାରିଖ ଉପରେ ନଜର ରଖିଛି, ଯେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ।

କେମିତି ନାମିତ ହେଲା ଅର୍ଣ୍ଣବ?

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ।

ଯେଉଁ ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନ ଏତେ ଚିନ୍ତିତ, ଏହା କେମିତି ନାମିତ ହେଲା?

ବାତ୍ୟା 'ଅର୍ଣ୍ଣବ' ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।

ଲଘୁଚାପ ମାଧ୍ୟମରେ ଏହାର ଉତ୍ପତ୍ତି ହୋଇଛି।

ଗତ ଅକ୍ଟୋବର ୨୩ରେ ପାଣିପାଗରେ ପରିବର୍ତ୍ତନ ଦେଖାଯାଇଥିଲା।

ଏହା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା।

ଏହା ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା ଏବଂ ଏହା ପରେ ଗଭୀର ଅବପାତ ରୂପ ନେଇଥିଲା।

ଅକ୍ଟୋବର ୨୬ରେ ସାମୁଦ୍ରିକ ବାତ୍ୟାର ନାମ 'ଅର୍ଣ୍ଣବ' ରଖାଯାଇଥିଲା।

ଏହି ଦିନ ଏହାର ଶକ୍ତି ବଢ଼ିଲା।

ଅକ୍ଟୋବର ୨୬ ତାରିଖ ରାତିରେ ଏହା ବହୁତ ଗମ୍ଭୀର ରୂପ ନେଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)