E-20 : ଅର୍ଥ ଦେଇ ଇ-୨୦ ବିରୋଧରେ ଅଭିଯାନ ଚଳାଯାଇଥିଲା: ଗଡ଼କରୀ
ନୂଆଦିଲ୍ଲୀ: ଇଥାନଲ୍ ମିଶ୍ରିତ ଇ-୨୦ ପେଟ୍ରୋଲ କୁ ନେଇ ଗତ କିଛି ମାସ ଧରି ଚାଲିଥିବା ଅଭିଯାନ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ସାଂଘାତିକ ବୟାନ ଦେଇଛନ୍ତି।
ଅର୍ଥ ଦେଇ ଏହି ଅଭିଯାନ ଚଳାଯାଇଥିଲା ବୋଲି ସେ ଦାବି କରିଛନ୍ତି।
ମଙ୍ଗଳବାର ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଗଡ଼କରୀଙ୍କ କହିବା ଅନୁଯାୟୀ, ପ୍ରାୟ ତିନି ମାସ ପୂର୍ବେ ଇ-୨୦ ପେଟ୍ରୋଲକୁ ନେଇ ବ୍ୟାପକ ବିରୋଧ ଦେଖାଦେଇଥିଲା।
ଏବେ ସେହି ଅସନ୍ତୋଷ କମିଛି।
ତାଙ୍କ ମତରେ, ଏହି ଅଭିଯାନ ଅର୍ଥ ପ୍ରଦାନ କରି ଚଳାଯାଇଥିଲା।
ଇ-୨୦ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଗାଡ଼ି ମାଲିକ ମାଇଲେଜ୍ ହ୍ରାସ, ଇଞ୍ଜିନ୍ର କାର୍ଯ୍ୟଦକ୍ଷତା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ନେଇ ଅଭିଯୋଗ କରିଥିଲେ।
ବିଶେଷକରି ପୁରୁଣା ଗାଡ଼ିରେ ଏହାର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା।
Advertisment ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ଇ-୧୦୦ ଇନ୍ଧନରେ ଚାଲିପାରୁଥିବା ସ୍ୱତନ୍ତ୍ର ପ୍ରଯୁକ୍ତିଯୁକ୍ତ ଗାଡ଼ି ପାଇଁ ନିୟମରେ ସଂଶୋଧନ କରିଛନ୍ତି।
ଏହାଦ୍ୱାରା ଅଧିକ ଇଥାନଲ୍ ମିଶ୍ରଣ ଥିବା ଇନ୍ଧନରେ ଚାଲୁଥିବା ଗାଡ଼ିକୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଅନୁମୋଦନ ମିଳିବାର ପଥ ଖୋଲିଛି।
ଇ-୧୦୦ ହେଉଛି ପ୍ରାୟ ଶୁଦ୍ଧ ଇଥାନଲ୍ ଆଧାରିତ ଇନ୍ଧନ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ସବୁ ପେଟ୍ରୋଲ ଗାଡ଼ିରେ ଏହା ବ୍ୟବହାର କରାଯାଇପାରିବ।
କେବଳ ନିର୍ମାତାଙ୍କ ଦ୍ୱାରା ଏହି ଇନ୍ଧନ ପାଇଁ ନିର୍ମିତ ଓ ଅନୁମୋଦିତ ଗାଡ଼ିରେ ଏହା ବ୍ୟବହାରଯୋଗ୍ୟ।
ଅଶୋଧିତ ତୈଳ ଆମଦାନି ନିର୍ଭରଶୀଳତା କମାଇବା ପାଇଁ ଇଥାନଲ୍ ଓ ବିକଳ୍ପ ଇନ୍ଧନର ବ୍ୟବହାର ବଢ଼ାଇବା ଉପରେ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଅଶୋଧିତ ତୈଳ ଦାମ୍ ବ୍ୟାରେଲ୍ ପିଛା ୧ ଡଲାର ବୃଦ୍ଧି ହେଲେ ଭାରତର ଆମଦାନି ବିଲ୍ ପ୍ରାୟ ୧୮ ହଜାର କୋଟି ଟଙ୍କା ବଢ଼ିଥାଏ।
ଇଥାନଲ୍ ବ୍ୟବହାର ବୃଦ୍ଧି ଦ୍ୱାରା ବିଦେଶୀ ମୁଦ୍ରା ସଞ୍ଚୟ ସହ କୃଷକଙ୍କ ଆୟ ବଢ଼ାଇବାରେ ମଧ୍ୟ ସହାୟତା ମିଳିପାରିବ।
ଅନ୍ୟପକ୍ଷରେ, ଜାତୀୟ ରାଜପଥର ଖରାପ ଅବସ୍ଥା ସମ୍ପର୍କରେ ମିଳିଥିବା ଅଭିଯୋଗ ଆଧାରରେ ୭୦୦ରୁ ୮୦୦ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିବା ଗଡ଼କରୀ କହିଛନ୍ତି।
ରାଜପଥର ଗୁଣବତ୍ତା ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ୮ ଜିଲ୍ଲାର ୪୬୬ଟି ଆଶ୍ରୟସ୍ଥଳୀ, ୪୮ହଜାର ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
