Cyclone Akvan Landfall: ଭୟଙ୍କର ହେଉଛି ବାତ୍ୟା ‘ଅକୱାନ୍’! ୧୯ରେ ନେବ ଅତି ଭୀଷଣ ରୂପ, ୨୦ରେ ଲ୍ୟାଣ୍ଡଫଲ୍

Nov 17, 2026 - 08:04
Cyclone Akvan Landfall: ଭୟଙ୍କର ହେଉଛି ବାତ୍ୟା ‘ଅକୱାନ୍’! ୧୯ରେ ନେବ ଅତି ଭୀଷଣ ରୂପ, ୨୦ରେ ଲ୍ୟାଣ୍ଡଫଲ୍

ସୃଷ୍ଟି ହେଲା ଚଳିତ ସିଜିନର ତୃତୀୟ ବାତ୍ୟା 'ଅକୱାନ୍'।

ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା ରହିଛି ।

ଯାହା ଏବେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି।

ବର୍ତ୍ତମାନ ଏହା ଚେନ୍ନାଇଠାରୁ ୬୧୦ କିଲୋମିଟର ଦୂର ଏବଂ ତ୍ରିକୋମାଲି ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।

Advertisment ସେହିଭଳି ମଛିଲିପଟ୍ଟନମ ଠାରୁ ୬୬୦ କମିଲୋମିଟର ଦୂର ଓ ବିଶାଖାପାଟନମ୍ ଠାରୁ ୬୭୦ରେ ରହିଛି ।

ଗୋପାଳପୁରର ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା।

ବାତ୍ୟା 'ଅକୱାନ୍' ଆଜି ଭୀଷଣ ବାତ୍ୟାର ରୂପ ନେଇପାରେ।

ଏହାପରେ ଅର୍ଥାତ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପରେ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।

Advertisment ଲ୍ୟାଣ୍ଡଫଲ୍ ସମୟରେ ଏହା ଏକ ଅତିଭୀଷଣ ବାତ୍ୟାର ରୂପ ନେଇ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)