Heartbreaking Accident in Maihar: ଜନ୍ମଦିନ ପାର୍ଟିରୁ ଫେରୁଥିଲେ, ଅଧାବାଟରେ ଛକିଥିଲା ଯମ; ଚାଲିଗଲା ୬ ଜୀବନ
ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିୱା ନିକଟସ୍ଥ ଜାତୀୟ ରାଜପଥ-୩୦ର ନାଦାନ ଥାନା ଅଞ୍ଚଳ ରିଘରା ଗାଁ ନିକଟରେ ବିଳମ୍ବିତ ରାତିରେ ଟ୍ରକଟିକୁ ପଛପଟୁ ଧକ୍କା ଦେଇଥିଲା କାର। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ପରିବାରର ସଦସ୍ୟ ମାନେ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଇ କାରରେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଧକ୍କା ଏତେ ଜୋର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଆହତ ଦୋଇଥିବା ଜଣେ ଯୁବକଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଖବର ପାଇ ନାଦାନ ଥାନା ପୋଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି କାରରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ। ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ କାରଟି ପଛପଟୁ ଟ୍ରକରେ ପିଟି ହୋଇଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।