Viral Video: ଆଖି ପିଛୁଳାକେ ଉଚ୍ଛୁଳା ନାଳ ପାରି ହେଲା ଗୋଠଛଡା ହନ୍ତା, ଭାଇରାଲ ହେଉଛି ଭିଡିଓ
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଆଖି ପିଛୁଳାକେ ଉଚ୍ଛୁଳା ନାଳ ପାରି ହେଲା ଗୋଠଛଡା ହନ୍ତା। ଲଗାଣ ବର୍ଷା ଯୋଗୁଁ ସୋମବାର ହନୁମନ୍ତିଆ ନାଳରେ ପ୍ରବଳ ଜଳ ପ୍ରବାହିତ ହେଉଥିଲା।
ଏତିକି ବେଳେ ଏକ ଦନ୍ତା ହାତୀ ଉଚ୍ଛୁଳା ନାଳକୁ ପହଁରି ପାରି ହୋଇ ଜଙ୍ଗଲକୁ ସୁରକ୍ଷିତ ଭାବେ ପଳାଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଦନ୍ତା ହାତୀଟି ଏବେ ହନୁମନ୍ତିଆ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ ବନ ବିଭାଗର ତାର ଗତିବିଧି ଉପରେ ନଜର ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।