crime: ଅପରାଧରେ ହାସ୍ୟାସ୍ପଦ ପ୍ରୟୋଗ
""ହୈଵାନ" ଏଭଳି ଏକ ବିରଳ ଚଳଚ୍ଚିତ୍ର ଯାହାର ସମାଲୋଚନା କରିବା ଖୁବ୍ କଠିନ।
ଏପରି କହିବାର ଅର୍ଥ ନୁହେଁ ଯେ ଏହା ଏକ ନିଖୁଣ ଧରଣର ଚଳଚ୍ଚିତ୍ର, ବରଂ ବିଚକ୍ଷଣ ଅଭିନେତାମାନଙ୍କ ଉପସ୍ଥିତି ସତ୍ତ୍ବେ ଏହାର ପ୍ରାୟ ପ୍ରତ୍ୟେକ ବିଭାଗରେ ଏତେ ଅବାନ୍ତର କାମ ହୋଇଛି ଯେ ପ୍ରାୟ ତିନିଘଣ୍ଟା ଧରି ଏହାର କାହାଣୀର ଗତିପଥ, ଚରିତ୍ରମାନଙ୍କ ଭାବାବେଗ ଓ କାର୍ଯ୍ୟକଳାପକୁ ବୁଝି ମନ୍ତବ୍ୟ ଦେବା ଅତ୍ୟନ୍ତ ଧୈର୍ଯ୍ୟବାନ୍ ବ୍ୟକ୍ତି ପକ୍ଷେ ମଧ୍ୟ କଷ୍ଟକର।
ଏହା "ଟକ୍କିସ୍" ଚଳଚ୍ଚିତ୍ର ଭଳି ବିଷାକ୍ତ ନ ହେଲେ ମଧ୍ୟ ଏଥିରୁ ମନୋରଂଜନର ଆଶା କରିବା ସୁଦ୍ଧା ବୃଥା।Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ଏହି ଚଳଚ୍ଚିତ୍ରକୁ ଏକ ଆପରାଧିକ ରହସ୍ୟ-ରୋମାଞ୍ଚ କାହାଣୀ ଭାବେ ନିର୍ମାଣ କରାଯାଇଛି।
ଚଳଚ୍ଚିତ୍ରର ଟ୍ରେଲର୍ ଦେଖି ମନେ ହେଉଥିଲା ଯେ ଏଥିରେ ଅକ୍ଷୟ ଜଣେ ଆଡ଼ବାୟା ସିରିଅଲ୍ କିଲର୍ ଭାବେ ଦର୍ଶକ ମନରେ "ଓବସେସନ୍" ସ୍ତରର ଭୟ ଓ ଉଦ୍ବେଗ ସୃଷ୍ଟି କରିବେ ଅବା!
ଅପରପକ୍ଷେ ନାୟକ ଭାବେ ସୈଫ ଅଲୀ ଖାଁ ଅନ୍ତତଃ "ଅନ୍ଧାଧୂନ"ର ଦୃଷ୍ଟିବାଧିତ ନାୟକ ପରି ବିସ୍ମୟ ସୃଷ୍ଟି କରିଥିବେ।
କିନ୍ତୁ "ହୈଵାନ୍" ଦେଖିବା ପରେ ମନରେ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଉଭୟ ତାରକା ଏଭଳି ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ରାଜି ହେଲେ କାହିଁକି?
ଅବଶ୍ୟ ନିର୍ଦେଶକ ପ୍ରିୟଦର୍ଶନ ଅତୀତରେ "ହେରା ଫେରି", "ଭାଗମ୍ ଭାଗ୍", "ଚୁପ୍ ଚୁପ୍ କେ", "ଖଟା ମିଠା" ପରି ଅତ୍ୟନ୍ତ ଲୋକପ୍ରିୟ ହାସ୍ୟରସ ଚଳଚ୍ଚିତ୍ର ନିର୍ମାଣ କରି ମାଲୟାଲମ୍ ଶିଳ୍ପ ଭଳି ବଲିଉଡ୍ ଜଗତରେ ମଧ୍ୟ ବିରଳ ସଫଳତା ଅର୍ଜନ କରିଛନ୍ତି।
ତାଙ୍କର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅକ୍ଷୟ କୁମାର ଏଥିପାଇଁ ରାଜି ହେବା ସ୍ବାଭାବିକ କଥା।
ତେବେ ୧୦୦ ଚଳଚ୍ଚିତ୍ର ନିର୍ମାଣର ନିକଟତର ପ୍ରିୟଦର୍ଶନ ନିଜ ଚିରାଚରିତ ଧାରାରୁ ବାହାରକୁ ଯାଇ ରହସ୍ୟ, ଅପରାଧ ଓ ମାନବୀୟ ସମ୍ପର୍କକୁ ନେଇ ଯେଉଁ ପ୍ରୟୋଗ କରିବାକୁ ଚେଷ୍ଟା କରିଛନ୍ତି ତାହା କୌଣସି ଦିଗରୁ ଜଣେ ପରିପକ୍ବ ନିର୍ମାତାଙ୍କ କୃତି ଭଳି ଲାଗୁ ନାହିଁ।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍ ବିଡ଼ମ୍ବନା ହେଲା ରାଜପାଲ ଯାଦବ, ବୋମନ ଇରାନୀ, ଅସରାନୀଙ୍କ ପରି ହାସ୍ୟ ଅଭିନେତାଙ୍କୁ ନେଇ ଯେଉଁ କିଛିଟା ମଜାଳିଆ ଦୃଶ୍ୟ ପ୍ରଦର୍ଶିତ ହୋଇଛି, ସେଗୁଡ଼ିକ ଯେତିକି ମଜାଳିଆ ଲାଗିଲା ନାହିଁ, ତା"ଠାରୁ ଅଧିକ ହାସ୍ୟାସ୍ପଦ ଲାଗିଲା କିଛି ଦୃଶ୍ୟ ଯେଉଁଠି ହସାଇବାର ଉଦ୍ଦେଶ୍ୟ ନାହିଁ। (ଗୋଟିଏ ଦୃଶ୍ୟରେ ଅକ୍ଷୟଙ୍କ ନନ୍ ବେଶ ତାହାର ଏକ ଉଦାହରଣ।) ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ସମସ୍ୟା ହେଉଛି ମନ୍ଥର ତଥା ବିରକ୍ତିକର ଚିତ୍ରନାଟ୍ୟ।
ଏଥିସହିତ ଭଲ ସିନେମାଟୋଗ୍ରାଫର୍, ପୃଷ୍ଠଭୂମି ସଂଗୀତକାର ଓ ଏଡିଟର୍ କେତେ ଗୁରୁତ୍ବପୂର୍ଣ୍ଣ ତାହା ଏହି ସିନେମା ଦେଖିବା ବେଳେ ହୃଦୟଙ୍ଗମ କରି ହୋଇଥାଏ।
କେବଳ ମୂଳ ମାଲୟାଲମ୍ ଚଳଚ୍ଚିତ୍ର "ଓପ୍ପାମ୍" ଦେଖି ପସନ୍ଦ କରିଥିବା ଦର୍ଶକମାନେ ତୁଳନା ପାଇଁ ଏହି ଚଳଚ୍ଚିତ୍ର ଦେଖିବା ଉଚିତ। "ହୈଵାନ୍"ନିର୍ଦ୍ଦେଶକ: ପ୍ରିୟଦର୍ଶନମୁଖ୍ୟ ଚରିତ୍ର: ସୈଫ ଅଲୀ ଖାଁ, ଅକ୍ଷୟ କୁମାର, ବୋମନ ଇରାନୀ, ଶ୍ରୀୟା ପିଲଗାଓଁକର, ସୈୟାମୀ ଖେର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
