BCCI: ବିସିସିଆଇର ପାଳି ପଡ଼ିଲାନି: ୩୦ କ୍ରୀଡ଼ାକୁ ଏନ୍‌ଏସ୍‌ଏଫ୍‌ ଅନୁମୋଦନ

Sep 12, 2026 - 06:04
BCCI: ବିସିସିଆଇର ପାଳି ପଡ଼ିଲାନି: ୩୦ କ୍ରୀଡ଼ାକୁ ଏନ୍‌ଏସ୍‌ଏଫ୍‌ ଅନୁମୋଦନ

"କଟକ: ‌ଦେଶର ୩୦ଟି ପ୍ରମୁଖ କ୍ରୀଡ଼ା ସଂଘକୁ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍ସ (ଏନ୍‌ଏସ୍‌ଏଫ) ସ୍ବୀକୃତି ମିଳିଛି।

ଏହି କ୍ରୀଡ଼ା ସଂସ୍ଥାମାନ ଏନ୍‌ଏସ୍‌ଏଫ୍‌ ଗାଇଡଲାଇନ ଅନୁସାରେ ପରିଚାଳିତ ହେବେ।

କେନ୍ଦ୍ର ଯୁବ ବ୍ୟପାର ଓ କ୍ରୀଡ଼ା ମନ୍ତ୍ରାଳୟର ସରକାରୀ ୱେବସାଇଟ୍‌ରେ ଏହି ତଥ୍ୟ ଶନିବାର ଦିନ ସାର୍ବଜନୀନ କରାଯାଇଥିବା ବେଳେ ଦେଶ ତଥା ବିଶ୍ବର ଲୋକପ୍ରିୟ ଖେଳ କ୍ରିକେଟ୍‌କୁ ପରିଚାଳନା କରୁଥିବା "ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ" (ବିସିସିଆଇ) ଏନ୍‌ଏସ୍‌‌ଏଫ ଅଧିନକୁ ନ ଯିବା ନେଇ ପ୍ରଶ୍ନ ଉଠିଛି।

Advertisment Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌ କେନ୍ଦ୍ର ସରକାରଙ୍କ ଯୁବ ବ୍ୟପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୨୬ବର୍ଷ ପାଇଁ ସ୍ବୀକୃତି ପାଇଥିବା ସଂଘ ମାନଙ୍କ ମଧ୍ୟରେ ରେସ୍‌ଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ, କୁଡୋ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍‌ ଇଣ୍ଡିଆ, କର୍ଫବଲ ଫେଡେରେସନ ଅଫ୍‌ ଇଣ୍ଡିଆ, ଆମେଚର ସଫ୍ଟବଲ ଫେଡେରେସନ ଅଫ୍‌ ଇଣ୍ଡିଆ, ସ୍କୁଲ ଗେମ୍‌ସ ଫେଡେରେସନ ଅଫ୍‌ ଇଣ୍ଡିଆ, ଖୋଖୋ ଫେଡେରେସନ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ପେନକକ୍‌ ଫେଡେରେସନ ଅଫ୍‌ ଇଣ୍ଡିଆ, ଜୁଡୋ ଫେଡେରେସନ ଅଫ୍‌ ଇଣ୍ଡିଆ, ଫେଡେରେସନ ଅଫ୍‌ ମଟର ସ୍ପୋର୍ଟସ କ୍ଲବ ଇନ୍‌ ଇଣ୍ଡିଆ, ସର୍ଫିଂ ଫେଡେରେସନ ଅଫ୍‌ ଇଣ୍ଡିଆ, ୟ୍ୟାଚିଂ ଆସୋସିଏସନ ଅଫ୍‌ ଇଣ୍ଡିଆ, ସ୍ପେସାଲ ଅଲିମ୍ପିକ ଭାରତ, ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ, ନେଟବଲ ଫେଡେରେସନ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ଟ୍ରାଏଥଲନ ଫେଡେରେସନ, ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ, ଇଣ୍ଡିଆନ ପୋଲୋ ଆସୋସିଏସନ, ଇଣ୍ଡିଆ କାଇକିଂ ଆଣ୍ଡ କାନୋଇଂ ଆସୋସିଏସନ ଅଫ୍ ଇଣ୍ଡିଆ, ଫେନ୍‌ସିଂ ଆସୋସିଏସନ ଅଫ୍‌ ଇଣ୍ଡିଆ, ଅଲ ଇଣ୍ଡିଆ ସ୍ପୋର୍ଟସ କାଉନସିଲ ଫର ଦି ଡେଫ, ବିଲିୟାର୍ଡସ ଆଣ୍ଡ ସ୍ନୁକର ଫେଡେରେସନ ଅପ୍‌ ଇଣ୍ଡିଆ, ବ୍ରିଜ୍‌ ଫେଡେରେସନ ଅଫ୍‌ ଇଣ୍ଡିଆ, ବାସ୍କେଟବଲ ଫେଡେରେସନ ଅଫ୍‌ ଇଣ୍ଡିଆ, ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍‌ ଇଣ୍ଡିଆ, ସୁଇମିଂ ଫେଡେରେସନ ଅଫ୍‌ ଇଣ୍ଡିଆ,  ହକି ଇଣ୍ଡିଆ, ରୋଇଂ ଫେଡେରେସନ ଅଫ୍‌ ଇଣ୍ଡିଆ, ୟୁସୁ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ, ଅଲ୍‌ ଇଣ୍ଡିଆ ଚେସ୍ ଫେଡେରେସନ, ସ୍କ୍ବାସ୍‌ ରାକେଟ୍‌ସ ଫେଡେରେସନ ଅଫ୍‌ ଇଣ୍ଡିଆ ରହିଛନ୍ତି।

ଏହି ସବୁ କ୍ରୀଡ଼ା ସଂଘ ଏନ୍‌ଏସ୍‌ଜି ଆଧାରରେ ପରିଚାଳିତ ହେବ।

Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ କିନ୍ତୁ ବିଶ୍ବର ସବୁଠୁ ଧନୀ କ୍ରିକେଟ୍‌ ପରିଚାଳନା ସଂସ୍ଥା "ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ସମେତ ବିଭିନ୍ନ ରାଜ୍ୟ କ୍ରିକ୍ରେଟ୍‌ ଏନ୍‌ଏସ୍‌ଜି ଆକ୍ଟ ଅଧୀନକୁ ଆସୁନାହିଁ କିମ୍ବା ଏନ୍‌ଏସ୍‌ଏଫ୍‌ ଦ୍ବାରା ଅନୁମୋଦନ ଲାଭ କରିନାହିଁ।

ଏହା ଫଳରେ ବିସିସିଆଇ ସମେତ ରାଜ୍ୟ କ୍ରିକେଟ ସଂଘଗୁଡ଼ିକ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।

ଏଥି ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିସିସିଆଇ ସମେତ ବିଭିନ୍ନ କ୍ରୀଡ଼ା ସଂଘ ମଧ୍ୟରେ ଚାଲିଥିବା ୨ଶହରୁ ଅଧିକ ମାମଲା ବିଚାରାଧୀନ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)