Crickrt: ମହିଳା ବିଗ୍‌ ବାସ୍‌ ଲିଗ୍‌: ବ୍ୟାଟିଂ ନ କରି ଆଉଟ୍ ହେଲେ ଏହି ଖେଳାଳି, ସୋସିଆଲ ମିଡିଆରେ ଭାଇରାଲ

Nov 26, 2026 - 11:59
Crickrt: ମହିଳା ବିଗ୍‌ ବାସ୍‌ ଲିଗ୍‌: ବ୍ୟାଟିଂ ନ କରି ଆଉଟ୍ ହେଲେ ଏହି ଖେଳାଳି, ସୋସିଆଲ ମିଡିଆରେ ଭାଇରାଲ

ମେଲବର୍ଣ୍ଣ: ଚଳିତ ମହିଳା ବିଗ୍‌ ବାସ୍‌ ଲିଗ୍‌ (ଡବ୍‌ଲ୍ୟୁବିବିଏଲ୍‌)ରେ ମେଲ୍‌ବର୍ଣ୍ଣ ରେନେଗେଡ୍‌ସର ବ୍ୟାଟର୍‌ ଡିଣ୍ଡ୍ରା ଡଟିନ୍‌ ବ୍ୟାଟିଂ ନ କରି ବୋଲ୍ଡ ହେବା ସାମାଜିକ ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସ୍ଥାନୀୟ ଜଙ୍କସନ୍‌ ଓଭାଲରେ ଖେଳାଯାଇଥିବା ବ୍ରିସବେନ୍‌ ହିଟ୍‌ ବିପକ୍ଷ ଏହି ମ୍ୟାଚ୍‌ରେ ଡଟିନ୍‌ ଟାଇମ୍‌ଡ ଆଉଟ୍‌ ନିୟମରେ ପ୍ୟାଭିଲିୟନ୍‌ ଫେରିଥିଲେ।

୧୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରେନେଗେଡ୍ସ ୩ ୱିକେଟ୍‌ ହରାଇ ୯୭ ରନ୍‌ କରିଥିଲା ବେଳେ ଜର୍ଜିଆ ୱାରେହାମ୍‌ ଆଉଟ୍‌ ହୋଇଥିଲେ।

ଫଳରେ ଦଳୀୟ ସ୍କୋର୍‌ ୯୭/୪ ହୋଇଥିଲା।

Advertisment ୱାରେହାମଙ୍କ ପରେ ବ୍ୟାଟିଂକୁ ଆସିଥିବା ଡଟିନ୍‌ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇ ନପାରି ବଲ୍‌ ଖେଳିବା ପୂର୍ବରୁ ଫ୍ରିବଲ୍‌ରେ ଆଉଟ୍‌ ହୋଇଥିଲେ।

ବିବିଏଲ୍‌ ନିୟମ ଅନୁସାରେ ଜଣେ ବ୍ୟାଟର୍‌ ପୂର୍ବ ୱିକେଟ୍‌ ପତନର ୭୫ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ବଲ୍‌ ଖେଳିବାକୁ ପ୍ରସ୍ତୁତ ‌ହେବା ଦରକାର।

ଯଦି ଏହା ନକରି ପାରନ୍ତି ତେ‌ବେ ନୂଆ ବ୍ୟାଟର୍‌ ଜଣଙ୍କ ପଡ଼ିଆର ଗୋଟିଏ ପାର୍ଶ୍ୱରେ ଠିଆ ହେବେ ଏବଂ ବିପକ୍ଷ ବୋଲର୍‌ଙ୍କୁ ଷ୍ଟମ୍ପ୍‌ ଲକ୍ଷ୍ୟ କରି ଏକ ଫ୍ରି ବଲ୍‌ ପକାଇବେ।

ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ ଏହି ନିୟମ ଅନୁଯାୟୀ ଡଟିନ୍‌ ପ୍ରସ୍ତୁତ ହୋଇ ନଥିବାରୁ ବ୍ରିସବେନ୍‌ ହିଟ୍‌ ବୋଲର ସାରା ଗ୍ଲେନ୍‌ଙ୍କୁ ଗୋଟିଏ ଫ୍ରି ବଲ୍‌ ପକାଇବାର ସୁଯୋଗ ମିଳିଥିଲା।

ଏଥିରେ ଗ୍ଲେନ୍‌ ଷ୍ଟମ୍ପ୍‌ ଭାଙ୍ଗି ଡଟିନ୍‌ଙ୍କୁ ପ୍ୟାଭିଲିୟନ୍‌ ବାଟ ଦେଖାଇଥିଲେ।

ଡଟିନ୍‌ ଏହି ନିୟମରେ ଆଉଟ୍‌ ହେବାରେ ଡବ୍‌ଲ୍ୟୁବିବିଏଲ୍‌ରେ ପ୍ରଥମ ଖେଳାଳି ହୋଇଥିଲେ।

ଡଟିନଙ୍କ ଆଉଟ ପରେ ରେନେଗେଡ୍‌ସର ସ୍କୋର୍‌ ୯୭/୫ ହୋଇଥିଲା।

ତଥାପି ଦଳ ୭ ୱିକେଟ୍‌ ହରାଇ ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ଏହି ଦୁଃଖଦ ଆଉଟ୍‌କୁ ଭୁଲିଥିଲା।

Cricket: 'ବିଦାୟ କ୍ରିକେଟ' କହିଲେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଭାରତୀୟ କ୍ରିକେଟର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)