Cricket: ଭାରତ-ନ୍ୟୁଜିଲାଣ୍ଡ ୱେଲିଂଟନ୍ ଟେଷ୍ଟ୍ ଅମୀମାଂସିତ
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ୍ ଟେଷ୍ଟକୁ ଜିତିବା ଆଶାରେ ଥିଲା ଭାରତ ।
କିନ୍ତୁ ବୋଲରଙ୍କୁ ସହାୟତା କରୁ ନଥିବା ସ୍ଥାନୀୟ ବେସିନ୍ ରିଜର୍ଭ ପିଚ୍ରେ ଏହି ମ୍ୟାଚ୍ ଶେଷ ଅଧିବେଶନ ପର୍ଯ୍ୟନ୍ତ ରୋମାଞ୍ଚକ ଭରି ରହିଥିଲା।
ଶେଷରେ ୧୨୦ ଓଭର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ମ୍ୟାଚ୍କୁ ଅମୀମାଂସିତ ରଖିବାରେ ସଫଳ ହୋଇଥିଲା।
ଶେଷ ଦିନରେ ଆଉ ୧୫ ବାକି ଥିଲା ବେଳେ ନ୍ୟୁଜିଲାଣ୍ଡର ଦ୍ବିତୀୟ ପାଳି ସ୍କୋର୍ ୨୩୯/୫ ରହିଥିଲା।
Advertisment ଫଳାଫଳ ଆଶା ନଥିବାରୁ ଏହି ସମୟରେ ଉଭୟ ଦଳର ନିଷ୍ପତ୍ତିରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା।
ଅନ୍ୟପକ୍ଷରେ ଏହି ଅମୀମାଂସିତ ମ୍ୟାଚ୍ ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ( ଡବ୍ଲ୍ୟୁଟିସି ) ଫାଇନାଲ୍ ଖେଳିବା ଆଶାକୁ ଆହୁରି କଷ୍ଟକର କରିଦେଇଛି।
ଭାରତ (୫୦.୦୦ ପିସିଟି)ର ପିସିଟି ଖସିବା ସହ ପୂର୍ବ ଭଳି ଚତୁର୍ଥରେ ରହିଛି।
ସେହିପରି ନ୍ୟୁଜିଲାଣ୍ଡ (୬୬.୬୭)ର ପିସିଟି ସହ ଗୋଟିଏ ସ୍ଥାନ ଖସି ତୃତୀୟରେ ପହଞ୍ଚିଛି।
ଭାରତକୁ ଆବଶ୍ୟକ ଥିଲା ୮ ୱିକେଟ୍ ନ୍ୟୁଜିଲାଣ୍ଡର ପ୍ରଥମ ପାଳି ସ୍କୋର୍ ୩୬୮ ଜବାବରେ ଭାରତ ୭୨୦/୯ ବିଶାଳ ସ୍କୋର କରିଥିଲା।
ଫଳରେ ନ୍ୟୁଜିଲାଣ୍ଡ ୩୫୨ ରନ୍ ପଛରେ ପଡ଼ିଥିଲା।
ଚତୁର୍ଥ ଦିନ ଶେଷରେ ଘରୋଇ ଦଳ ୧୧୯/୨ କରିଥିଲା।
ଶେଷ ଦିନରେ ଫଳାଫଳ ନିଜ ସପକ୍ଷରେ ଆଣିବାକୁ ଭାରତକୁ ୮ ୱିକେଟ୍ର ଆବଶ୍ୟକ ଥିଲା।
ସୋମବାରର ପ୍ରଥମ ଅଧିବେଶନରେ ଗତ କାଲିର ଦୁଇ ଅପରାଜିତ ବ୍ୟାଟର୍ ଡେଭନ କନୱେ (୬୫)ଙ୍କୁ ୱାସିଂଟନ୍ ସୁନ୍ଦର ଓ ରାଚିନ ରବୀନ୍ଦ୍ର (୩୭)ଙ୍କୁ ପ୍ରସିଦ୍ଧ କୃଷ୍ଣ ଆଉଟ୍ କରି ଆଶା ସଞ୍ଚାର କରିଥିଲେ।
ମଧ୍ୟାହ୍ନ ଭୋଜନ ବିରତି ପରେ, ନୂଆ ବଲ୍ ନେବାର ଠିକ୍ ପୂର୍ବରୁ ଦଳୀୟ ସ୍କୋର୍ ୧୭୬ ଥିଲା ବେଳେ ଟମ୍ ବ୍ଲଣ୍ଡେଲ (୧୫)ଙ୍କୁ ଅଂଶୁଲ କମ୍ବୋଜ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ।
ଏହାପରେ ଡାରିଲ ମିଚେଲ (୪୯*, ୧୮୬ ବଲ୍) ଓ ଗ୍ଲେନ ଫିଲିପ୍ସ (୨୬*, ୧୨୬ ବଲ୍) ଏକାଠି ୪୩ ଓଭର ବ୍ୟାଟିଂ କରି ମ୍ୟାଚ୍କୁ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲେ।
ଅମୀମାଂସିତ ରଖିବା ଚିନ୍ତାରେ ଏହି ଦୁଇ ବ୍ୟାଟର୍ ଖେଳୁଥିବାରୁ ଚା'ପାନ ବିରତି ପୂର୍ବରୁ ଭାରତୀୟ ବୋଲର ୮ ଓଭର ମେଡେନ୍ ପାଇଥିଲେ।
ଏହା ପରେ ମଧ୍ୟ ଲଗାତାର ୪୩ ବଲ୍ରେ କୌଣସି ରନ୍ ହୋଇ ନ ଥିଲା।
ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ ଦ୍ବିତୀୟ ଟେଷ୍ଟ ୱିକେଟ୍ ନ ଝଡ଼ିବାରୁ ଗିଲ୍ ଶେଷରେ ଦେବଦତ୍ତ ପଡ଼ିକଲ, ଯଶସ୍ବୀ ଜୟସ୍ବାଲ ଓ ଧ୍ରୁବ ଜୁରେଲଙ୍କୁ ବୋଲିଂ ଦେଇ ମିଚେଲ ଓ ଫିଲିପ୍ସଙ୍କ ଯୋଡ଼ି ଭାଙ୍ଗିବାକୁ ଚେଷ୍ଟା କରିଥିଲେ।
ଗିଲ୍ଙ୍କ ଏହି ଯୋଜନା ବି ବିଫଳ ହେଲେ।
ଶେଷରେ ୧୫ ଓଭର ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କ ସହମତିରେ ମ୍ୟାଚ୍ ଅମୀମାଂସିତ ଘୋଷଣା ହୋଇଥିଲା।
ଅର୍ଦ୍ଧଶତକଠୁ ମାତ୍ର ଗୋଟିଏ ରନ୍ ଦୂରରେ ଥିବା ମିଚେଲ ଏହି ନିଷ୍ପତ୍ତିକୁ ବିରୋଧ କରି ନଥିଲେ।
ପ୍ରଥମ ପାଳିରେ ୧୭୫* ଓ ଦ୍ବିତୀୟରେ ୩୧ ରନ୍ କରିଥିବା ହେନରି ନିକୋଲ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦ୍ବିତୀୟ ଟେଷ୍ଟ ୨୭ ତାରିଖରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।
ବରିଷ୍ଠ ରିଙ୍ଗ୍ ଟେନିସ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ପ୍ରଥମ ପାଳି-୩୬୮/୧୦।
ଭାରତ ପ୍ରଥମ ପାଳି-୧୬୬ ଓଭରରେ-୭୨୦/୯, ଘୋଷିତ।
ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି-୧୨୦ ଓଭରରେ ୨୩୯/୫ (ଡେଭନ କନ୍ୱେ ୬୫, ଡାରିଲ ମିଚେଲ ୪୯*, ରାଚିନ ରବୀନ୍ଦ୍ର ୩୭, ହେନରି ନିକୋଲ୍ସ ୩୧, ଗ୍ଲେନ୍ ଫିଲିପ୍ସ ୨୬*, ପ୍ରସିଦ୍ଧ କୃଷ୍ଣ ୨/୨୩, ଯଶପ୍ରୀତ ବୁମ୍ରା ୧/୪୨, ଅଂଶୁଲ କମ୍ବୋଜ ୧/୪୫, ୱାସିଂଟନ ସୁନ୍ଦର ୧/୬୫)।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
