High School: ଜଗମୋହନ ହାଇସ୍କୁଲ ପରିସରରେ ମଇଁଷି ଗୋଠ, ପାଠପଢ଼ା ବାଧାପ୍ରାପ୍ତ
ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାରଡାଙ୍ଗ ପଞ୍ଚାୟତସ୍ଥିତ ଜଗମୋହନ ହାଇସ୍କୁଲ ପରିସର ଏବେ ମଇଁଷି ଗୋଠରେ ପରିଣତ ହୋଇଛି।
ପ୍ରତିଦିନ ବିଦ୍ୟାଳୟ ଖେଳ ପଡ଼ିଆ ଓ ପରିସରରେ ଦଳ ଦଳ ବୁଲା ଷଣ୍ଢ ବୁଲୁଥିବାରୁ ଓ ମଇଁଷି ବନ୍ଧା ଯାଉ ଥିବାରୁ ଶୈକ୍ଷିକ ପରିବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି।ବିଦ୍ୟାଳୟ ଆସୁଥିବା ଛାତ୍ରଛାତ୍ରୀମାନେ ମଇଁଷି ଗୋଠ ଭିତର ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।
ଖେଳ ପଡ଼ିଆରେ ମଇଁଷି ଗୋବର, ମୂତ୍ର ପକାଇବା ଫଳରେ ସାରା ପରିସର ପୁତିଃଗନ୍ଧମୟ ହୋଇ ପଡ଼ିଛି।
ବର୍ଷା ପରେ ଏ ଅବସ୍ଥା ଆହୁରି ଅସହ୍ୟ ହୋଇପଡିଛି।
ଶ୍ରେଣୀ ଗୃହ ଭିତରକୁ ମଧ୍ୟ ଦୁର୍ଗନ୍ଧ ମାଡ଼ି ଆସୁଥିବାରୁ ପିଲାମାନେ ପାଠ ପଢ଼ିବାରେ ମନ ଲଗାଇ ପାରୁ ନାହାଁନ୍ତି।ଅଭିଭାବକ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବାରମ୍ବାର କହିବା ସତ୍ତ୍ୱେ ବିଦ୍ୟାଳୟ ପରିସରରେ ଗୋରୁ ପଶୁ ଚରାଇବା ବନ୍ଦ ହେଉନାହିଁ ବୋଲି ଅଭିଯୋଗ ହେଉଛି ।
Advertisment ବିଦ୍ୟାଳୟର ପାଚେରୀ ଭଗ୍ନ ଅବସ୍ଥାରେ ଥିବାରୁ ଓ ଫାଟକ ଖୋଲା ରହୁଥିବାରୁ ବୁଲା ଷଣ୍ଢ,ଗୋରୁ ସହଜରେ ଭିତରକୁ ପଶି ଆସୁଛନ୍ତି।
ଏଥିସହ ମଇଁଷି ଗୋଠ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି।
ଗୋବର ଓ କାଦୁଅରେ ମଶା-ମାଛିଙ୍କ ସଂଖ୍ୟା ବଢ଼ୁଥିବାରୁ ସଂକ୍ରମଣ ରୋଗ ବ୍ୟାପିବା ଆଶଙ୍କା ରହିଛି।
ଛୋଟ ପିଲାମାନେ ମଇଁଷି ଦେଖି ଭୟଭୀତ ହେଉଥିବା ମଧ୍ୟ ଅଭିଭାବକମାନେ କହିଛନ୍ତି।
ତୁରନ୍ତ ପଦକ୍ଷେପ ନେବାକୁ ଦାବି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଭଗ୍ନ ପାଚେରୀ ମରାମତି, ଫାଟକ ବନ୍ଦ ରଖିବା ଓ ବିଦ୍ୟାଳୟ ପରିସରରେ ବୁଲା ଷଣ୍ଢ ଓ ମଇଁଷି ପଶିବା ଉପରେ କଟକଣା ଲଗାଇବା ପାଇଁ ଦାବି ଜୋର ଧରିଛି।
Villagers: ରାସ୍ତା ପାଇଁ ସତ୍ୟାଗ୍ରହ: ପଦଯାତ୍ରାରେ ବାହାରିଲେ ପୂଜାରୀବମ୍ବୁ ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
