31 Killed, 21 Injured as Fuel Truck Overturns: ତେଲ ଟ୍ୟାଙ୍କର ଓଲଟି ଭୟଙ୍କର ବିସ୍ଫୋରଣ, ୩୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ

Nov 26, 2026 - 09:57
31 Killed, 21 Injured as Fuel Truck Overturns: ତେଲ ଟ୍ୟାଙ୍କର ଓଲଟି ଭୟଙ୍କର ବିସ୍ଫୋରଣ, ୩୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ

ଇଜିପ୍ଟର ରାଜଧାନୀ କାଇରୋ ନିକଟସ୍ଥ ଗିଜା ପ୍ରଦେଶର ଅଲ୍-ୱାରାକ୍ ଅଞ୍ଚଳରେ ଏକ ତେଲ ଟ୍ୟାଙ୍କରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଓଲଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି। ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମୃତାହତଙ୍କ ସଂଖ୍ୟା ଘୋଷଣା କରାଯାଇଛି। ଏହି ଦୁର୍ଘଟଣାରେ ୨୪ରୁ ଅଧିକ ଗାଡି ଜଳିଯାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ଉଦ୍ଧାର କାର୍ଯ୍ୟରେ ୩୯ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଘଟଣାକୁ ନେଇ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି ଆହତଙ୍କ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ପ୍ରାଥମିକ ସୂଚନା ଅନୁଯାୟୀ, ୯ ଜଣଙ୍କ ଶରୀର ପୋଡ଼ିଯାଇଥିବା ବେଳେ ଜଣେ ଧୂଆଁ ଯୋଗୁଁ ଅସୁସ୍ଥ ହୋଇଥିଲେ। ସମସ୍ତ ୧୦ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ ଅବଦେଲ ଗଫର ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ଘଟଣାସ୍ଥଳ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ସତର୍କ ରହିବା ଏବଂ ପ୍ରସ୍ତୁତି ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ସାମାଜିକ ଏକତା ମନ୍ତ୍ରୀ ମାୟା ମୋର୍ସି ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଇଜିପ୍ଟ ରେଡ୍ କ୍ରସ୍‌ର ଉଦ୍ଧାରକାରୀ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରାୟତ୍ତ ଖବରକାଗଜ ଅଲ୍-ଅହରାମର ରିପୋର୍ଟ ଅନୁଯାୟୀ, ରିଙ୍ଗ୍ ରୋଡ୍‌ରେ ତେଲ ଟ୍ୟାଙ୍କରରେ ନିଆଁ ଲାଗିବା ପରେ ଅଗ୍ନିଶମ ଓ ନାଗରିକ ସୁରକ୍ଷା ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ସୁରକ୍ଷା ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାତାୟାତ ଜନିତ ସମସ୍ୟା ଏଡ଼ାଇବା ଏବଂ ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ପୁଲିସ୍ ରାସ୍ତା ବନ୍ଦ କରିବା ସହ ବିକଳ୍ପ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟବସ୍ଥା କରିଥିଲା। ତେବେ ଟ୍ୟାଙ୍କରରେ କେଉଁ କାରଣରୁ ନିଆଁ ଲାଗିଲା, ସେନେଇ ଇଜିପ୍ଟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)