Cricket: ୩ଟି ଜନ୍ମ ପ୍ରମାଣପତ୍ର… ଟିମ୍‌ ଇଣ୍ଡିଆର ଏହି କ୍ରିକେଟ୍‌ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ

Sep 04, 2026 - 17:24
Cricket: ୩ଟି ଜନ୍ମ ପ୍ରମାଣପତ୍ର… ଟିମ୍‌ ଇଣ୍ଡିଆର ଏହି କ୍ରିକେଟ୍‌ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ

"କୋଲକାତା: ବୟସ ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପଶ୍ଚିମବଙ୍ଗର ଲେଗ୍‌ ସ୍ପିନର ରୋହିତ ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

ଫଳରେ ରୋହିତ ଆଗାମୀ ୨ ବର୍ଷ ଆଉ କୌଣସି ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ।

ଆଶ୍ଚର୍ଯ୍ୟର କଥା ହେଲା ରୋହିତଙ୍କ ନାମରେ ୩ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ରହିଛି, ଯେଉଁଥିରେ ତାଙ୍କର ଜନ୍ମ ୨୦୦୭, ୨୦୦୯ ଏବଂ ୨୦୧୯ ଅନ୍ତର୍ଭୁକ୍ତ।

ବୟସରେ ତାରତମ୍ୟ କାରଣରୁ ସେ ବୟସ ସଂପର୍କିତ କ୍ରିକେଟ୍‌ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment ରୋହିତ ନିକଟରେ ଭାରତୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ର ଅଂଶବିଶେଷ ହୋଇଥିଲେ।

ତାଙ୍କୁ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ୧୯ ବର୍ଷରୁ କମରେ ସ୍ଥାନ ମିଳିଥିଲା।

ସେ ଏହି ଟୁର୍ଣ୍ଣାମେଣ୍ଟରେ ୬ ୱିକେଟ୍‌ ନେଇଥିଲେ ଏବଂ ଫାଇନାଲ ଟେଷ୍ଟ ଜିତାଇବାରେ ବଡ଼ ଭୂମିକା ତୁଲାଇଥିଲେ।

ଏହା ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ୧୯ ବର୍ଷରୁ କମ କ୍ରିକେଟ୍‌ ପାଇଁ ମଧ୍ୟ ଚୟନ କରାଯାଇଥିଲା।

ଏହି ଶୃଙ୍ଖଳା ଚଳିତ ମାସ ରାଜକୋଟ ଏବଂ ଅହମଦାବାଦରେ ପ୍ରସ୍ତାବିତ ଅଛି।

ତେବେ ଶ୍ରୀଲଙ୍କା ଗସ୍ତ ସମୟରେ ରୋହିତଙ୍କ କାଗଜପତ୍ର ଯାଞ୍ଚ ସମୟରେ ବୟସଜନିତ ତ୍ରୁଟି ସାମ୍ନାକୁ ଆସିଥିଲା।

ବିସିସିଆଇର ଏକ ସୂତ୍ର ଅନୁସାରେ ରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେ ଆଗାମୀ ୨ ବର୍ଷ ପାଇଁ ଘରୋଇ ପ୍ରତିଯୋଗିତାରେ ସାମିଲ ହୋଇପାରିବେ ନାହିଁ।

Judgement: ବିସିସିଆଇର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲ ସାମିଲ ହେବେ ରୋହିତ ଯାଦବ ହେଉଛନ୍ତି, ଉତ୍ତର ପ୍ରଦେଶ ବାସିନ୍ଦା ଏବଂ ସେ ପଶ୍ଚିମବଙ୍ଗ ପାଇଁ ଖେଳନ୍ତି।

କ୍ରିକେଟ୍‌ ଆସୋସିଏସନ ଅଫ୍‌ ପଶ୍ଚିମବଙ୍ଗ (CAB)ରେ ରୋହିତ ଯେତେ‌ବେଳେ ପଂଜୀକରଣ କରିଥିଲେ, ସେହି ସମୟରେ ତାଙ୍କର ଜନ୍ମ ୨୦୦୭ ମସିହାରେ ବୋଲି ଦର୍ଶା ଯାଇଥିଲା।

ତାଙ୍କର ଆଧାରକାର୍ଡରେ ମଧ୍ୟ ଭିନ୍ନଭିନ୍ନ ସମୟରେ ଜନ୍ମବର୍ଷ ଅଲଗା ରହିଛି।

୨୦୧୭ ଏବଂ ୨୦୨୦ରେ ଅପ୍‌ଡେଟ୍‌ କରାଯାଇଥିବା ଆଧାରକାର୍ଡରେ ଜନ୍ମବ‌େର୍ ୨୦୦୬ ଥିଲଶ, ଯେଉଁଥିରେ ୨୦୨୧ରେ ବଦଳାଇ ୨୦୦୯ କରିଦିଆଯାଇଥିଲା।

ମାମଲା ସାମ୍ନାକୁ ଆସିଲା ପରେ ସିଏବି ପ୍ରଥମେ ରୋହିତଙ୍କୁ ନିଜର ଜୁନିଅର ଦଳରୁ ବାହାର କରିଦେଇଥିଲଶ ଏବଂ ଏସଂପର୍କରେ ବିସିସିଆଇକୁ ସୂଚନା ପ୍ରଦାନ କରିଥିଲା।

ଏବେ ବୋର୍ଡ ଘରୋଇ କ୍ରିକେଟ୍‌ରେ ତାଙ୍କର ଖେଳିବା ନେଇ ୨ ବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି।

ଏନେଇ ବିସିସିଆଇ ମମସ୍ତ ରାଜ୍ୟ କ୍ରିକେଟ୍‌ ସଂଘଗୁଡ଼ିକୁ ସୂଚନା ପ୍ରଦାନ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)