Cricket: ଶୁକ୍ରବାରଠୁ ଦ୍ବିତୀୟ ଟେଷ୍ଟ: ବୋଲିଂ ବାହିନୀ ନେଇ ଚିନ୍ତାରେ ଭାରତ
ଖ୍ରୀଷ୍ଟଚର୍ଚ୍ଚ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଶୁକ୍ରବାର ସ୍ଥାନୀୟ ହାଗଲେ ଓଭାଲରେ ଖେଳାଯିବ।
ପ୍ରଥମ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିବାରୁ ଉଭୟ ଦଳ ଏହି ମୁକାବିଲା ଜିତି ଶୃଙ୍ଖଳା କବ୍ଜା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।
ବେସିନ ରିଜର୍ଭ ପିଚ୍ ଭଳି ଏଠାକାର ପିଚ୍ରେ ଘାସ ଅଧିକ ଥିବାରୁ ବ୍ୟାଟିଂକୁ ସହାୟତା କରିପାରେ।
ତେଣୁ ବୋଲର ପୁଣି ନିରାଶ ହେବାର ସମ୍ଭାବନା ରହିଛି।
Advertisment ୱେଲିଂଟନ୍ ଟେଷ୍ଟ୍ର ପ୍ରଥମ ପାଳିରେ ବିଶାଳ ୭୨୦/୯ କରିବା ସତ୍ତ୍ବେ ଭାରତୀୟ ବୋଲର ଦେଢ଼ଦିନର ନ୍ୟୁଜିଲାଣ୍ଡକୁ ଅଲ୍ଆଉଟ୍ କରିବାରେ ବିଫଳ ହୋଇଥିଲେ।
ଫଳରେ ଶୁବମନ ଗିଲଙ୍କ ଦଳ ବୋଲିଂକୁ ନେଇ ଚିନ୍ତାରେ ରହିଛି।
ପ୍ରଥମ ଟେଷ୍ଟ୍ରେ ଖେଳିଥିବା ୪ ଜଣ ଯାକ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଆକାଶ ଦୀପ, ଅଂଶୁଲ କମ୍ବୋଜ ଓ ପ୍ରସିଦ୍ଧ କୃଷ୍ଣ ଗୁରୁବାର ଅଭ୍ୟାସ କରି ନଥିଲେ।
ଗୁରନୂର ବ୍ରାର, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ନେଟ୍ସରେ କିନ୍ତୁ କଠିନ ପରିଶ୍ରମ କରିଥିଲେ।
ଏଥିରୁ ଜଣାପଡ଼ୁଛି ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଗିଲ୍ ବୋଲିଂ ବାହିନୀରେ ପରିବର୍ତ୍ତନ ନ କରି ପଡ଼ିଆକୁ ଓହ୍ଲାଇବାକୁ ଭାବୁଛନ୍ତି।
ଟିକକ ଆଶା ପାଇଁ ଏହି ଟେଷ୍ଟ ଗୁରୁତ୍ବପୂର୍ଣ୍ଣ ଯଦି ବି ଏଥିରେ କିଛି ପରିବର୍ତ୍ତନ କରନ୍ତି ଆକାଶ ଦୀପଙ୍କ ବଦଳରେ ବ୍ରାର୍ କିମ୍ବା ସିରାଜଙ୍କୁ ସୁଯୋଗ ମିଳିପାରେ।
ଦଳ ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ ଗଭୀରତା ରଖିବା ଏବଂ ନ୍ୟୁଜିଲାଣ୍ଡ ଦଳରେ ଅଧିକ ବାମହାତୀ ବ୍ୟାଟର୍ ଥିବାରୁ ୱାସିଂଟନ୍ ସୁନ୍ଦରଙ୍କୁ ପ୍ରଥମ ଟେଷ୍ଟରେ ଖେଳାଇଥିଲା।
ସୁନ୍ଦର ୨୪ ରନ୍ କରିଥିଲେ ମଧ୍ୟ ବୋଲିଂରେ ଆଶାନୁଯାୟୀ ପ୍ରଦର୍ଶନ ଦେଇପାରି ନଥିଲେ।
ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବାକୁ ଚିନ୍ତା କରୁଛି ଦଳ।
ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଲାଗି ଭାରତର ଥିବା ଟିକକ ଆଶା ପାଇଁ ଏହି ଟେଷ୍ଟ ଗୁରୁତ୍ବପୂର୍ଣ୍ଣ।
ଭାରତ ଯଦି ଜିତେ ତେବେ ୧୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ମଧ୍ୟ ଶୃଙ୍ଖଳା କବ୍ଜା କରିବାର ଐତିହାସିକ ସଫଳତା ପାଇବ।
ଭାରତ ଏହି ପଡ଼ିଆରେ ୨୦୨୦ରେ କେବଳ ଗୋଟିଏ ଟେଷ୍ଟ ଖେଳି ହାରିଥିଲା।
ବିଜୟ ଆଶାରେ ରହିଛି ନ୍ୟୁଜିଲାଣ୍ଡ ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରେ ରହିବା ସହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ମନୋବଳ ଦୃଢ଼ ରଖିବା ଲକ୍ଷ୍ୟରେ ରହିଛି।
ଭାରତ ଭଳି ନ୍ୟୁଜିଲାଣ୍ଡ ବୋଲର ବି ପ୍ରଥମ ଟେଷ୍ଟରେ ନିରାଶ ହୋଇଥିଲେ।
ଜାକବ ଓରାମଙ୍କ ପ୍ରଶିକ୍ଷତ ନ୍ୟୁଜିଲାଣ୍ଡ ବୋଲର ସ୍ଥାନୀୟ ଖେଳାଳି ମ୍ୟାଟ୍ ହେନରିଙ୍କ ନେତୃତ୍ବରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଭାରତକୁ ଦୁଇ ଥର ଅଲ୍ଆଉଟ୍ କରିବା ଅଶାରେ ରହିଛନ୍ତି।
ହେନରି ନିକୋଲ୍ସ ଓ ଗ୍ଲେନ୍ ଫିଲିପ୍ସଙ୍କ ସହ ଅନ୍ୟ ବ୍ୟାଟରମନେ ମଧ୍ୟ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଅଛନ୍ତି।
ଗତ ଦୁଇଟି ଯାକ ପାଳିରେ ଶୂନରେ ଆଉଟ୍ ହୋଇ ଅଧିନାୟକ ଟମ୍ ଲାଥମ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଛନ୍ତି।
ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଗତ ୯ ଟେଷ୍ଟ୍ରୁ ୬ଟି ଜିତିଥିବାରୁ ବିଜୟ ଆଶାରେ ରହିଛି।
ପିଚ୍ ଓ ପାଣିପାଗ ୱେଲିଂଟନ୍ରେ ଗୁରୁବାର ବର୍ଷା ହୋଇଥିଲା।
ଫଳରେ ନ୍ୟୁଜିଲାଣ୍ଡ ଖେଳାଳି ଅଭ୍ୟାସ କରି ନଥିଲା ବେଳେ କିଛି ଭାରତୀୟ ଖେଳାଳି ଇନ୍ଡୋର୍ରେ ଅଭ୍ୟାସ କରିଥିଲେ ଏବଂ ମଧ୍ୟାହ୍ନ ପରେ ବର୍ଷା ଛାଡ଼ିବାରୁ ଅନ୍ୟ କେତେଜଣ ପଡ଼ିଆରେ ଅଭ୍ୟାସ କରିଥିଲେ।
ହେଲେ ଶୁକ୍ରବାର ମ୍ୟାଚ୍ରେ ବର୍ଷା ବାଧା ଦେବାର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ହାଗ୍ଲେ ଓଭାଲ ପିଚ୍ରେ ଭଲ ବାଉନ୍ସ ମିଳିବ।
ଯାହା ଦ୍ରୁତ ବୋଲରଙ୍କୁ ଆରମ୍ଭରୁ ଅଧିକ ସହାୟତା କରିବ।
କିନ୍ତୁ ପରେ ବ୍ୟାଟିଂ ଅନୁକୂଳ ହୋଇପାରେ।
ପିଚ୍ ପ୍ରସ୍ତୁତି ସମୟରେ ଅସ୍ୱାଭାବିକ ଭାବେ ଅଧିକ ତାପମାତ୍ରା ଏବଂ ଟେଷ୍ଟ ପୂର୍ବରୁ ଶେଷ ଦୁଇ ଦିନର ବର୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଫଳରେ ପିଚ୍ରେ ଅଧିକ ଆର୍ଦ୍ରତା ରହିବାର ସମ୍ଭାବନା ଅଛି।
ଘାସ ଉପରେ ପାଲ ପକାଯାଇଥିବାରୁ ପିଚ୍ରେ ଆର୍ଦ୍ରତା ବଢ଼ିପାରେ।
ଏହାର ପ୍ରଭାବରେ ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ପିଚ୍ରୁ ଅସମାନ ବାଉନ୍ସ ମିଳିବା ଆଶଙ୍କା ରହିଛି ବୋଲି କ୍ୟୁରେଟର କହିଛନ୍ତି।
Vaibhav Sooryavanshi: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ କ୍ରିକେଟ୍ ସାମାଜିକ ଗଣମାଧ୍ୟମରେ ମଜାଦାର ପୋଷ୍ଟ ଭାରତ (ସମ୍ଭାବ୍ୟ ୧୧): କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ରକ୍ଷକ), ଧ୍ରୁବ ଜୁରେଲ, ୱାସିଂଟନ୍ ସୁନ୍ଦର/ରବୀନ୍ଦ୍ର ଜାଡ଼େଜା, ଅଂଶୁଲ କମ୍ବୋଜ, ଆକାଶ ଦୀପ/ମହମ୍ମଦ ସିରାଜ/ଗୁରନୂର ବ୍ରାର, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ୧୧): ଟମ ଲାଥମ (ଅଧିନାୟକ), ଡେଭନ କନୱେ, ହେନରି ନିକୋଲ୍ସ, ରାଚିନ ରବୀନ୍ଦ୍ର, ଡାରିଲ ମିଚେଲ, ଟମ ବ୍ଲଣ୍ଡେଲ (ୱିକେଟ୍ରକ୍ଷକ), ଗ୍ଲେନ ଫିଲିପ୍ସ, ନାଥନ ସ୍ମିଥ, କାଇଲ ଜାମିସନ, ମ୍ୟାଟ୍ ହେନରି, ଜାକବ ଡଫି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
