Cricket: ରାୱଲପିଣ୍ଡି ଟେଷ୍ଟ୍‌ ସହ ଶୃଙ୍ଖଳା ଜିତିଲା ପାକିସ୍ତାନ; ୨ ବର୍ଷର ପ୍ରତୀକ୍ଷାର ଅନ୍ତ

Nov 20, 2026 - 14:04
Cricket: ରାୱଲପିଣ୍ଡି ଟେଷ୍ଟ୍‌ ସହ ଶୃଙ୍ଖଳା ଜିତିଲା ପାକିସ୍ତାନ; ୨ ବର୍ଷର ପ୍ରତୀକ୍ଷାର ଅନ୍ତ

ରାୱଲପିଣ୍ଡି: ପାକିସ୍ତାନର ୨ ବର୍ଷର ଟେଷ୍ଟ ଶୃଙ୍ଖଳାର ବିଜୟ ପ୍ରତୀକ୍ଷାର ଅନ୍ତ ଘଟିଛି।

ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ରାୱଲପିଣ୍ଡି ‌ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତି ଘରୋଇ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ୧-୦‌ରେ ନିଜ ନାମରେ କରିଛି।

ଶେଷ ଥର ଲାଗି ୨୦୨୪ରେ ଏଠାରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ତୃତୀୟ ଟେଷ୍ଟ୍‌ ଜିତିବା ସହ ଶୃଙ୍ଖଳାକୁ ୨-୧ରେ କବ୍‌ଜା କରିଥିଲା।

ଅନ୍ୟପକ୍ଷରେ ଏହି ପରାଜୟ ସହ ଶ୍ରୀଲଙ୍କା ବିଦେଶ ମାଟିରେ ଲଗାତାର ୪ ଟେଷ୍ଟ ଶୃଙ୍ଖଳା ହାରିଛି।

୧୯୯୭ ପରେ ପ୍ରଥମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏହି ଦଳ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତି ପାରିନି।

Advertisment ଶ୍ରୀଲଙ୍କାକୁ ୩୧୬ ରନ୍‌ରେ ଅଟକାଇ ଦେଇଥିଲା ପାକିସ୍ତାନ ଶୁକ୍ରବାର ଚତୁର୍ଥ ଦିନରେ ଶ୍ରୀଲଙ୍କାର ଦ୍ବିତୀୟ ପାଳିକୁ ପାକିସ୍ତାନ ୩୧୬ ରନ୍‌ରେ ଅଟକାଇ ଦେଇଥିଲା।

ଫଳରେ ଘରୋଇ ଦଳ ସମ୍ମୁଖରେ ମାତ୍ର ୮୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଏହାକୁ ପାକିସ୍ତାନ କେବଳ ୨ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ଅମୀର ଜମାଲ ୩୪* ଓ ଅଜାନ ଆୱାଇସ୍‌ ୩୨* ରନ୍‌ କରି ଦଳକୁ ବିଜୟ ଦେଇଥିଲେ।

ମହମ୍ମଦ ଆବାସ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରଥମ ପାଳିରେ ଶ୍ରୀଲଙ୍କା ୯୮ ରନ୍‌ ଅଲ୍‌ଆଉଟ୍‌ ହୋଇଥିଲା ବେଳେ ପାକିସ୍ତାନ ୩୨୫ ରନ୍‌ କରି ୨୨୭ ରନ୍‌ର ବଡ଼ ଅଗ୍ରଣୀ ନେଇଥିଲା।

ଏହା ଭାରତର ଦ୍ବିତୀୟ ଏଏଫ୍‌ସି ସମ୍ମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)