Rain: ଲଗାଣ ବର୍ଷା ମଧ୍ୟରେ ଘାଇ ଓ ନଦୀବନ୍ଧର ସ୍ଥିତି ଯାଞ୍ଚରେ ଜଳ ସମ୍ପଦ ବିଭାଗର ଅଧିକାରୀ

Nov 20, 2026 - 14:04
Rain: ଲଗାଣ ବର୍ଷା ମଧ୍ୟରେ ଘାଇ ଓ ନଦୀବନ୍ଧର ସ୍ଥିତି ଯାଞ୍ଚରେ ଜଳ ସମ୍ପଦ ବିଭାଗର ଅଧିକାରୀ

ଭୁବନେଶ୍ୱର: ଲଗାଣ ବର୍ଷା ଜାରି ରହିଥିବା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବିଭିନ୍ନ ପୁନରୁଦ୍ଧାର ଘାଇ, ଦୁର୍ବଳ ନଦୀବନ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁନରୁଦ୍ଧାର କାର୍ଯ୍ୟର ସ୍ଥାୟୀତ୍ୱ ଓ ସୁରକ୍ଷା ଯାଞ୍ଚ କରିବା ଏହି ନିରୀକ୍ଷଣ ର ମୁଖ୍ୟ ଉଦ୍ଦେଶ୍ୟ।

Advertisment ଆହୁରି ପଢନ୍ତୁ : Sheikh Hasina: ନୂଆ ପାସପୋର୍ଟ ପାଇଁ ହସିନାଙ୍କ ତତ୍ପରତା, ବାଂଲାଦେଶକୁ କଲେ ଜରୁରୀ ଅନୁରୋଧ!

ଋଷିକୁଲ୍ୟା ନଦୀର ବାମପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧର ଭୀମପୁର, କୋଲିଡାସପୁର ଓ ପୁରୁଷୋତ୍ତମପୁର ଅଞ୍ଚଳର କୁମାରୀ ଗ୍ରାମ ନିକଟରେ ପୂର୍ବରୁ ପୁନରୁଦ୍ଧାର ହୋଇଥିବା ଘାଇ ସ୍ଥଳଗୁଡ଼ିକୁ ଅଧିକାରୀମାନେ ଯାଞ୍ଚ କରିଥିଲେ।

ନଦୀବନ୍ଧର ସ୍ଥିରତା, ଜଳ ନିର୍ଗମନ ଓ ମାଟି କ୍ଷୟ ଭଳି ସମ୍ଭାବ୍ୟ ବିପଦ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି ହୀରାଧରାବତୀ ଆନିକଟ ନିକଟସ୍ଥ ଘାଇ ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଓ ସଂଲଗ୍ନ ବନ୍ୟା ସୁରକ୍ଷା ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

ଅନ୍ୟ ଏକ ନିରୀକ୍ଷଣରେ ଉପଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀମାନେ ପିଲାସାଳିକି ଡ୍ୟାମ୍‌ ଏବଂ ଏହାର ଅଗେଟ୍‌ବିହୀନ ଜଳ ନିଷ୍କାସନ ପଥର ସ୍ଥିତି ଯାଞ୍ଚ କରିଥିଲେ।

ଆହୁରି ପଢନ୍ତୁ : Heavy Rain: ବାତ୍ୟା 'ଅକଭାନ୍' ପ୍ରଭାବରେ ଏହି ଜିଲ୍ଲାରେ ରେକର୍ଡ ହେଲା ସର୍ବାଧିକ ବର୍ଷା ବିଭାଗ ପକ୍ଷରୁ ଦୁର୍ବଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ଜାରି ରହିଛି।

ପୁନରୁଦ୍ଧାର ହୋଇଥିବା ନଦୀବନ୍ଧ ଓ ଜଳ ଭିତ୍ତିଭୂମିର ନିୟମିତ ଯାଞ୍ଚ ସହ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନିଆଯାଉଛି।

ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବିଭାଗର ଏହି ସତର୍କତାମୂଳକ ପଦକ୍ଷେପ ଜାରି ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)