Controversy Over 'Guru Chandala Dosha' in School Textbooks: ପିଲାଙ୍କ ବହିରେ କିଏ କରିଛି ଗୁରୁ ଚଣ୍ଡାଳ ଦୋଷ, କାହିଁକି ଚୁପ୍ ଗଣଶିକ୍ଷା ବିଭାଗ ?

Jul 02, 2026 - 20:05
Controversy Over 'Guru Chandala Dosha' in School Textbooks: ପିଲାଙ୍କ ବହିରେ କିଏ କରିଛି ଗୁରୁ ଚଣ୍ଡାଳ ଦୋଷ, କାହିଁକି ଚୁପ୍ ଗଣଶିକ୍ଷା ବିଭାଗ ?

ପ୍ରାଥମିକ ପୁସ୍ତକ ତ୍ରୁଟି ପଛରେ କିଏ ? କିଏ ରଚିଥିଲା ଷଡ଼ଯନ୍ତ୍ର ? କେମିତି ଫେଲ୍ ମାରିଲା ପୁରା ସିଷ୍ଟମ? ବହି ତ୍ରୁଟି ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଖୋଦ ମୁଖ୍ୟମନ୍ତ୍ରୀ କହିବା ପରେ ଏବେ ଏହାକୁ ନେଇ ସବୁଠି ଆଲୋଚନା। ଷଡ଼ଯନ୍ତ୍ର ପଛରେ ଯେ ସିଣ୍ଡିକେଟ୍ ରହିଛି ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ଶିକ୍ଷାବିତଙ୍କ ମତ। କାରଣ ପାଠ୍ୟପୁସ୍ତକ ତିଆରି ପାଇଁ ଗଠିତ ଏକାଧିକ କମିଟି ଆଖିରୁ କେମିତି ଖସିଗଲା ଏଭଳି ଗୁରୁ ଚଣ୍ଡାଳ ଦୋଷ।

ବନାନ ଭୁଲ୍ ହୋଇଥିଲେ ଏହାକୁ ସାମାନ୍ୟ ତ୍ରୁଟି ବୋଲି କୁହାଯାଇପାରେ। ମାତ୍ର ନିମ୍ବୁଡା ଓ ବୁମ୍ବରୋ ଭଳି ଗୀତ ଓ ଝାଲମୁଢି ତିଆରିକୁ ବହିରେ କେମିତି ସ୍ଥାନିତ ହେଲା। ଏହାକୁ କଣ ଏସ୍ସିଇଆରଟି ର କରିକୁଲମ୍ କମିଟି ମୋହର ମାରିଥିଲା ? ପୂର୍ବତନ ଏସସିଇଆରଟି ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସମେତ ୪ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ନିଲମ୍ବନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ପ୍ରଶାସନିକ କଳ ଯଦି ବହି ଛପାଇବା ଟେଣ୍ଡର ଦେଇ ଦୋଷୀ ହେଲା, ତାହାଲେ କରିକୁଲମ୍ ପ୍ରସ୍ତୁତକାରୀ ଟିମ୍ ଓ କୋର୍ କମିଟିର କଣ ଦୋଷମୁକ୍ତ ହୋଇଯିବ କି ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ।

ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ୪ଟି କମିଟି ଗଠନ ହୋଇଥାଏ। କରିକୁଲମ୍, ବିଷୟ ଲିଖନ, ସଂଶୋଧନ ଓ ମୁଦ୍ରଣ ତଥା ଅନ୍ତିମ ସଂଶୋଧନ କମିଟି। କରିକୁଲମ୍ କମିଟି ସ୍ଥିର କରେ କଣ ବିଷୟ ବସ୍ତୁ ରହିବ। ଲିଖନ କମିଟି ସ୍ଥିର କରେ କିପରି କଣ୍ଟେଣ୍ଟ ରହିବ। ଏହାପରେ ସଂଶୋଧନ କମିଟିର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ଯାଞ୍ଚ କରିଥାନ୍ତି।

ପରେ ଅନ୍ତିମ ସଂଶୋଧନ କମିଟି ପୁନଃ ଯାଞ୍ଚ କରିବା ପରେ ମୁଦ୍ରଣ ହୋଇଥାଏ। କିନ୍ତୁ ଦକ୍ଷ ତଥା ଅନୁଭବୀ ଶିକ୍ଷାବିତ ଓ ଭାଷାବିତଙ୍କୁ ନେଇ ଗଠିତ ଚାରି ଚାରିଟି କମିଟି କିପରି ଏଭଳି ତ୍ରୁଟି କୁ ଧରି ପାରିଲା ନାହିଁ? ଏହା କଣ ସଂଗଠିତ ଭାବେ ଘଟାଯାଇଛି କି? ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ୍ସପର୍ଟଙ୍କ ହାତ ବି ମିଶିନାହିଁ ତ ଏହି ଷଡଯନ୍ତ୍ର ପଛରେ ? ନା ବିଶେଷଜ୍ଞଙ୍କୁ ବହି ପ୍ରସ୍ତୁତ ଠାରୁ ଦୂରରେ ରଖି ଏପରି କରାଯାଇଛି ? 

ଏବେ ଦେଖିବାର କଥା ତ୍ରୁଟି ପୂର୍ଣ୍ଣ ବହି ପ୍ରସ୍ତୁତ କରି ସରକାରଙ୍କୁ ବଦନାମ କରିଥିବା ଷଡଯନ୍ତ୍ରକାରୀଙ୍କ ପର୍ଦ୍ଦାଫାସ କେବେ ହେଉଛି ଏବଂ କି ଆକ୍ସନ ସେମାନଙ୍କ ବିରୋଧରେ ନିଆଯାଉଛି।…