ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

Jul 02, 2026 - 20:04
ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର ଶବର ଏବଂ ରାଜ୍ୟ ଉପ ସଭାପତି ତଥା ପାରଳାର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ଅନୁମୋଦନ କ୍ରମେ ଗଜପତି ଜିଲାର ଯୁବମୋର୍ଚ୍ଚା ନୁଆ କାର୍ଯ୍ୟକର୍ତ୍ତା ମାନଙ୍କୁ ମନୋନିତ କରାଯାଇଛି। ମୋର୍ଚ୍ଚାର ଜିଲା ସଭାପତି ଭାବେ ମୋହନା ନିର୍ବାଚନ ମଣ୍ଡଳୀର ସତ୍ୟଜିତ ବିଷୋୟୀ, ଉପ ସଭାପତି ଭାବେ ନରେଶ ପାଲକା , ପିନିଣ୍ଟୀ ମୋହନ , ରମେଶ ମାଝୀଙ୍କ ନାମ ଘୋଷଣା କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବରେ କେ. ବିଜୟ କୁମାର ଓ ବାୟାଧର ବଡକୁମାର , ସମ୍ପାଦକ ଭାବରେ ଯୁଗୋଳ କିଶୋର ଚୌଧୁରୀ , ସୀଙ୍ଗିପୁରମ ଚୈତନ୍ୟ , ସୁଧାଂଶୁ ଶେଖର ଦୀକ୍ଷିତ , କାର୍ଯ୍ୟାଳୟ ସମ୍ପାଦକ ଭାବରେ କୁଦିଙ୍ଗି ଶ୍ରୀକାନ୍ତ , କୋଷାଧକ୍ଷ ଭାବେ ପ୍ରଦୀପ ବିଷୋୟୀ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ରାଉତୁ ଭାର୍ଗବ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମିଥୁନ ପରିଛା , କାମେଶ୍ୱର ପାଇକ , ତନୁଷ ରାଓ , ଜିତେନ୍ଦ୍ର ପ୍ରଧାନ , ରାଜେଶ ରଥ , ଜତଶଙ୍କର ପଟ୍ଟନାୟକ , କେଭାଡ଼ା ନାନୀ , ଶିବ ପ୍ରସାଦ ମହାପାତ୍ର , ହରିକୃଷ୍ଣ ପ୍ରଧାନ , ସିର୍ଲା ଘସିଆ , ଭୋଳାନାଥ ପାତ୍ର ପାଇକଙ୍କ ସମେତ ୧୨ ଜଣଙ୍କୁ ମନୋନୀତ କରାଯାଇଛି। ଜିଲାର ସବୁ ବ୍ଲକରୁ ଯୁବ ନେତୃବୃନ୍ଦମାନଙ୍କୁ ନେଇ ଏହି ମୋର୍ଚ୍ଚା ସମ୍ପୂର୍ଣ୍ଣ କରା ଯାଇଥିବା ଯୋଗୁ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ମତ ପ୍ରକାଶ ପାଇଛି । ସେହିପରି ନୂତନ ମନୋନୀତ ସବୁ ଯୁବ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ ମୋହନା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଶାନ୍ତ ମଲିକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଶୁଭେଛା ଜଣାଇଛନ୍ତି। ନୂତନ ସଭାପତି ସତ୍ୟଜିତ ବିଶୋୟୀ ଆଗାମୀ ଦିନରେ ଗଜପତି ଜିଲାର ଯୁବମୋର୍ଚ୍ଚାକୁ ନେଇ ସବୁ କାର୍ଯ୍ୟକ୍ରମରେ ଭଲ ପଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1, Most Trusted Odia Daily