Congress: ନଭେମ୍ବର ୧ରେ ରାମଲୀଳା ମୈଦାନରେ ବିରୋଧୀଙ୍କ ମହାସମାବେଶ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ନଭେମ୍ବର ୧ ତାରିଖରେ ହେବାକୁ ଥିବା ବିରୋଧୀ ଇଣ୍ଡିମେଣ୍ଟ ର ମହାସମାବେଶ ନିର୍ଦ୍ଧାରିତ ଦିନରେ ହିଁ ଅନୁଷ୍ଠିତ ହେବ।
ଏହାକୁ ଘୁଞ୍ଚାଇବା ପାଇଁ ଦିଲ୍ଲୀର ବ୍ୟବସାୟୀ ସଂଗଠନ ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱ ଏହାକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।
ସମାବେଶରେ ୧୦ ଲକ୍ଷରୁ ଅଧିକ ଲୋକ ଯୋଗଦେବେ ବୋଲି କଂଗ୍ରେସ ଆଶା ରଖିଛି।
Advertisment ଆହୁରି ପଢନ୍ତୁ: Ahmadebad: ଅହମଦାବାଦରେ ୧ କୋଟି ଟଙ୍କାର ଗ୍ୟାଜେଟ୍ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିରୋଧୀ ଦଳଗୁଡ଼ିକ ଏହି ସମାବେଶ ଡାକରା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଏହାର ପ୍ରମୁଖ ଦାବି ହେବ।
ଭୋଟର ତାଲିକାରୁ ବହୁ ସଂଖ୍ୟକ ଲୋକଙ୍କ ନାମ ବାଦ୍ ପଡ଼ିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ପକ୍ଷପାତିତା ନେଇ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅଭିଯୋଗ କରିଆସୁଛନ୍ତି।
ତେବେ ଏହି ଅଭିଯୋଗଗୁଡ଼ିକୁ ନିର୍ବାଚନ କମିସନ ସ୍ୱୀକାର କରିନାହାନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.
ବେଣୁଗୋପାଳ ଦଳର ବିଭିନ୍ନ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ ଏବଂ ଦିଲ୍ଲୀ କଂଗ୍ରେସ ନେତାଙ୍କ ସହ ବୈଠକ କରି ସମାବେଶର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।
ଏହି ରାଲି 'ଭୋଟ୍ ବଚାଓ, ଦେଶ ବଚାଓ' ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେବ ବୋଲି ଦଳ କହିଛି।
ଅକ୍ଟୋବର ୩୦ ତାରିଖରେ ମଧ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଏକ ପ୍ରତୀକାତ୍ମକ 'ଜନ ମହାଭିଯୋଗ' କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିରୋଧୀ ନେତାମାନେ ଯୋଜନା କରୁଥିବା ଜଣାପଡ଼ିଛି।
ଆହୁରି ପଢନ୍ତୁ: Cockroch: କାହିଁକି କେବଳ ଅନ୍ଧାରରେ ବାହାରକୁ ଆସନ୍ତି ଅସରପା?
ଜାଣନ୍ତୁ ଏହାର ରୋଚକ କାରଣ ଅନ୍ୟପକ୍ଷରେ ଦିଲ୍ଲୀର ବ୍ୟବସାୟୀ ସଂଗଠନ 'ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି' ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ସମାବେଶକୁ ନଭେମ୍ବର ୧୦ ପରେ ଆୟୋଜନ କରିବାକୁ ଅନୁରୋଧ କରିଛି।
ଧନତେରସ୍, ଦୀପାବଳି ଓ ଭାଇଦୁଜ୍ (ଭ୍ରାତୃଦ୍ବିତୀୟା) ଯୋଗୁଁ ଏହି ସମୟ ଦିଲ୍ଲୀର ବଜାରଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ରାସ୍ତା ବନ୍ଦ, ଯାତାୟାତ କଟକଣା ଓ ଟ୍ରାଫିକ୍ ଡାଇଭର୍ସନ୍ ଯୋଗୁଁ ଅକ୍ଟୋବରରେ ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ସଂଗଠନ ଦାବି କରିଛି।
ବ୍ୟବସାୟୀଙ୍କ ଆଶଙ୍କା, ରାମଲୀଳା ମୈଦାନରେ ସମାବେଶ ଯୋଗୁଁ ପୁଣି ଯାତାୟାତ ବାଧାପ୍ରାପ୍ତ ହେଲେ ପାର୍ବଣ ବଜାର ପ୍ରଭାବିତ ହେବ।
ତେବେ କଂଗ୍ରେସ ଏହି ଅନୁରୋଧ ସତ୍ତ୍ୱେ ନିର୍ଦ୍ଧାରିତ ଦିନରେ ସମାବେଶ କରିବାକୁ ପ୍ରସ୍ତୁତି ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
