Durga Immersion: ହାଇଦ୍ରାବାଦରେ ଦୁର୍ଗାମେଢ଼ ବିସର୍ଜନ ବେଳେ ଅଣ୍ଡାମାଡ଼, ଜଣେ ଅଟକ
ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ରବିବାର ଦୁର୍ଗା ମେଢ଼ ବିସର୍ଜନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି।
ଭକ୍ତ ଓ ହିନ୍ଦୁ ସଂଗଠନର ସଦସ୍ୟମାନେ ପ୍ରତିବାଦ କରିବା ସହିତ ଏଥିପାଇଁ ଦାୟୀ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Advertisment ସହରର ଓଲ୍ଡ ସିଟି ମଦନାପେଟ୍ ପୁଲିସ ଷ୍ଟେସନ ସୀମା ମଧ୍ୟରେ ରାତି ପ୍ରାୟ ୨ଟା ସମୟରେ ଏହି ଅପ୍ରୀତିକର ଘଟଣା ଘଟିଥିଲା।
ବୀର ସାବରକର ନବ ଯୁବ ସଂଘମ ଦ୍ୱାରା ଆୟୋଜିତ ଶୋଭାଯାତ୍ରା ଏକ ଗଳି ଦେଇ ଯାଉଥିଲାବେଳେ ଅଣ୍ଡା ଶୋଭାଯାତ୍ରା ପାଖରେ ପଡ଼ିଥିବା ପୁଲିସ କହିଛି।
ଏହି ଘଟଣା ପରେ ଶୋଭାଯାତ୍ରାରେ ଥିବା ଲୋକ ଓ କିଛି ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରିଥିଲେ।
ବିଜେପି ନେତା, ହିନ୍ଦୁ ସଙ୍ଗଠନର ସଦସ୍ୟ ଓ ବହୁ ସଂଖ୍ୟକ ଯୁବକ ଘଟଣାସ୍ଥଳରେ ଜମା ହୋଇ ଭଜନ ଗାଇବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ।
ପୁଲିସ ବିଏନ୍ଏସ୍ ଧାରା ୨୯୯ ଅନ୍ତର୍ଗତ ମାମଲା ରୁଜୁ କରି ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।
ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ହାଇଦ୍ରାବାଦରେ ଶୋଭାଯାତ୍ରା ସମୟରେ କଟକଣା ଲଗାଇ ଓ ଲାଠିଚାର୍ଜ କରି ପୁଲିସ ହିନ୍ଦୁ ଧାର୍ମିକ ଶୋଭାଯାତ୍ରାକୁ ଟାର୍ଗେଟ କରୁଥିବା ବିଜେପି ପ୍ରବକ୍ତା ବୀରେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାର ତଦନ୍ତ କରୁଛି।
Environmental Warriors: ପରିବେଶ ଯୋଦ୍ଧା: କାଲାମ୍ବେ ଓ ବିନିଶଙ୍କ ବିସର୍ଜନରୁ ସର୍ଜନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
