Police Face-Off in Kotia କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ, ସୌର ଉପକରଣ ଗାଡ଼ି ଅଟକାଇବାକୁ ନେଇ ଉତ୍ତେଜନା
ପଟାଙ୍ଗି/କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଓ ରାଜ୍ୟ ମଧ୍ୟରେ ରାଜନୈତିକ ଉଷ୍ମତା ତେଜିବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ସୌରଶକ୍ତି ପ୍ଲେଟ୍ ବଣ୍ଟନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶର ଏକ ଟିମ୍କୁ କୋଟିଆ ନିକଟରୁ ସ୍ଥାନୀୟ ବିଜେପିର କର୍ମକର୍ତ୍ତା ଓ କର୍ମୀମାନେ ଘଉଡ଼ାଇଛନ୍ତି।
ଅଟକଥିବା ସୌରଶକ୍ତି ପ୍ଲେଟ୍ ବୋଝେଇ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ ସହ ଓଡ଼ିଶା ପୁଲିସ ମୁହାଁମୁହିଁ ହୋଇଥିଲେ।
Advertisment ରବିବାର କୋଟିଆର ଉପରସେମ୍ବି ଗ୍ରାମରେ ହିତାଧିକାରୀଙ୍କୁ ମାଗଣା ସୌର ଉପକରଣ ବାଣ୍ଟିବାକୁ ଆସିଥିଲା ଆନ୍ଧ୍ରର ଏକ ଟିମ୍।
ମତଦାନ ଲାଗି ଆକର୍ଷିତ କରିବାକୁ ଆନ୍ଧ୍ରପ୍ରଦେଶର ଟିମ୍ ଉଦ୍ୟମ କରୁଥିବା ବେଳେ ଖବର ପାଇ ଗାଁରେ ପହଞ୍ଚିଥିଲା କୋରାପୁଟ ପ୍ରଶାସନ ଓ ପୁଲିସ।
ସୋଲାର ପ୍ଲେଟ୍ ବୋଝେଇ ଗାଡ଼ି ସୀମାନ୍ତ ଫାଟୁସିନେରୀରେ ପ୍ରବେଶ କରିବା ପରେ ଓଡ଼ିଶା ପୁଲିସ ଅଟକାଇଥିଲା।
ଫଳରେ ଅଟକ ଗାଡ଼ିକୁ ମୁକୁଳାଇବା ପାଇଁ ଆସିଥିଲା ଆନ୍ଧ୍ର ପୁଲିସ।
ଏହି ସମୟରେ କୋଟିଆରେ ଆନ୍ଧ୍ର ପୁଲିସର ଅନୁପ୍ରବେଶକୁ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ବିରୋଧ କରିଥିଲେ।
ଓଡ଼ିଶାରେ ଆନ୍ଧ୍ରର ସୌର ଉପକରଣ ଗାଡ଼ି ପ୍ରବେଶକୁ କିଏ ଅନୁମତି ଦେଲା ବୋଲି ପଚାରିବା ସହ ତୁରନ୍ତ ଫେରିଯିବାକୁ କହିଥିଲେ ବିଧାୟକ ଶ୍ରୀ ମାଛ।
କିଛି ସମୟ ଯୁକ୍ତିତର୍କ ପରେ ଆନ୍ଧ୍ର ପୁଲିସ ଫେରିଯାଇଥିଲା।
Kotia dispute: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାଜନୀତି ପୁଣି ସରଗରମ ସୋଲାର ଉପକରଣ ଉପରସେମ୍ବି ଗାଁ ପାଇଁ ଆସିଥିବା ଜାଣିବା ପରେ ବିଜେପି ଟିମ୍ ସେହି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲା।
ଉପରସେମ୍ବି ଗାଁରେ ୩୬ଟି ଘରର ଛାତ ଉପରେ ସୌର ଶକ୍ତି ସଂଯୋଗ ସରିଥିବା ବେଳେ ବଳକା ଘରେ ଏବଂ ତଳସେମ୍ବି ଗାଁରେ ସଂଯୋଗ ବାକି ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସୌର ଶକ୍ତି ଯୋଜନାରେ ଆନ୍ଧ୍ରପ୍ରଦେଶର କିଛି ଠିକାଦାର ଏହି ଅଞ୍ଚଳକୁ ଆସି କାମ କରୁଛନ୍ତି।
Andhra officials enter Kotia again: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ: ମତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କଲେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ କୋରାପୁଟ ପ୍ରଶାସନ ସମସ୍ତ ଉଦ୍ୟମ ଜାରି ରଖିଛି।
ପ୍ରଶାସନ ଓ ପୁଲିସ ଟିମ୍ କୋଟିଆରେ ଡେରା ପକାଇ ଲୋକଙ୍କୁ ଭୋଟ ନ ଦେବା ଲାଗି ସଚେତନ କରୁଛି।
କୋଟିଆରେ ଅନୁପ୍ରବେଶ ରୋକିବାକୁ ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍ ଲଗାଯାଇଛି।
ଗାଁକୁ ଅଜଣା ବ୍ୟକ୍ତି ପ୍ରବେଶ କଲେ ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
