G20 Summit: ଡିସେମ୍ବରରେ ଆମେରିକାରେ ମୋଦୀ-ଜିନପିଙ୍ଗ୍ ସାକ୍ଷାତ୍ ସମ୍ଭାବନା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବାବେଳେ ଦୁଇ ଦେଶର ସମ୍ପର୍କକୁ ନେଇ ପୁଣି ଚିନ୍ତା ବଢ଼ିଛି।
ଏଭଳି ସ୍ଥିତିରେ ଡିସେମ୍ବର ୧୪ ଓ ୧୫ରେ ଆମେରିକାର ମିଆମିଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି।
ତେବେ ଏହି ସାକ୍ଷାତ୍ ନେଇ ଏଯାଏଁ ଆଧିକାରିକ ଘୋଷଣା ହୋଇନାହିଁ।
Advertisment ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମୋଦୀ ଓ ଜିନପିଙ୍ଗ୍ଙ୍କ ମଧ୍ୟରେ ସାକ୍ଷାତ୍ ହୋଇଥିଲା।
ଏହା ପରେ ଶକ୍ସଗାମ୍ ଉପତ୍ୟକା ଉପରେ ଚୀନ୍ର ଦାବିକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।
ଏହି ଅଞ୍ଚଳ ପାକିସ୍ତାନ ଅଧିକୃତ କାଶ୍ମୀରର ଏକ ଅଂଶ।
୧୯୬୩ରେ ପାକିସ୍ତାନ ଏହାକୁ ଚୀନ୍କୁ ହସ୍ତାନ୍ତର କରିଥିଲା।
ଭାରତ ଏହି ହସ୍ତାନ୍ତରକୁ ଅବୈଧ ବୋଲି ଦର୍ଶାଇ ଆସୁଛି।
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣସୀ ଗସ୍ତ ଆଜି, ଅରବିନ୍ଦ ଲିମିଟେଡ୍ର ନୂଆ ୟୁନିଟ୍ ଉଦ୍ଘାଟନ ସହ ଦେଖିବେ ଏୟାର ଶୋ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
