CNG: ସ୍କୁଟରରେ କାହିଁକି କମ୍‌ ରଖାଯାଏ CNG ଟ୍ୟାଙ୍କ କ୍ଷମତା? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

Nov 05, 2026 - 11:09
CNG: ସ୍କୁଟରରେ କାହିଁକି କମ୍‌ ରଖାଯାଏ CNG ଟ୍ୟାଙ୍କ କ୍ଷମତା? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ର ବୃଦ୍ଧିପାଉଥିବା ଦର ଯୋଗୁଁ ଆଜିକାଲି ଲୋକମାନେ ଇଲେକ୍ଟ୍ରିକ୍‌ ଏବଂ ସିଏନ୍‌ଜି (CNG) ଯାନ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି।

କାର୍‌ ପରେ ଏବେ ଦୁଇଚକିଆ ଯାନ, ବିଶେଷକରି ସ୍କୁଟରଗୁଡ଼ିକରେ ସିଏନ୍‌ଜି ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଉଛି।

ତେବେ କାର୍‌ ତୁଳନାରେ ସ୍କୁଟରରେ CNG ଟ୍ୟାଙ୍କର ଧାରଣ କ୍ଷମତା ବହୁତ କମ୍‌ ରହିଥାଏ।

ଏହା ପଛରେ କେଉଁ କାରଣସବୁ ରହିଛି, ଆସନ୍ତୁ ଜାଣିବା | Advertisment ଆହୁରି ପଢନ୍ତୁ: Donald Trump: ନିର୍ବାଚନରେ ​​ପରାଜିତ ପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ: ଇରାନକୁ ସାହାଯ୍ୟ କରିବା ଅଭିଯୋଗରେ ଭାରତୀୟ ଦମ୍ପତି, ୯ କମ୍ପାନି ଉପରେ କଟକଣା ୧.

ସୀମିତ ସ୍ଥାନ ଓ ଆକାର: ସ୍କୁଟରର ଆକାର ଛୋଟ ହୋଇଥିବାରୁ ଏଥିରେ ସୀମିତ ସ୍ଥାନ ଥାଏ।

CNG ସିଲିଣ୍ଡରଗୁଡ଼ିକୁ ଅଧିକ ଗ୍ୟାସ୍‌ ଚାପ ସହ୍ୟ କରିବା ପାଇଁ ଶକ୍ତ ଧାତୁରେ ତିଆରି କରାଯାଇଥାଏ।

ସ୍କୁଟରର ସିଟ୍‌ ତଳେ ଥିବା ଷ୍ଟୋରେଜ୍‌ ସ୍ପେସ୍‌ରେ ବଡ଼ ସିଲିଣ୍ଡର ରଖିଲେ କୌଣସି ଜିନିଷ ରଖିବା ପାଇଁ ଜାଗା ରହିବ ନାହିଁ।

ସେଥିପାଇଁ କମ୍ପାନୀଗୁଡ଼ିକ କମ୍‌ କ୍ଷମତାବିଶିଷ୍ଟ ଛୋଟ ସିଲିଣ୍ଡର ବ୍ୟବହାର କରିଥାନ୍ତି।

୨.

ଓଜନ ଓ ଗାଡ଼ିର ସନ୍ତୁଳନ କାର୍‌ ତୁଳନାରେ ସ୍କୁଟରର ଓଜନ ବହୁତ କମ୍‌।

ଯଦି ଏଥିରେ ଅଧିକ କ୍ଷମତାର ଭାରୀ ସିଏନ୍‌ଜି ଟ୍ୟାଙ୍କ ଲଗାଯାଏ, ତେବେ ଗାଡ଼ିର ମୋଟ ଓଜନ ବଢ଼ିଯିବ।

ଏହାଦ୍ୱାରା ମୋଡ଼ ନେବା ସମୟରେ କିମ୍ବା ହଠାତ୍‌ ବ୍ରେକ୍‌ ମାରିବା ସମୟରେ ସ୍କୁଟରର ସନ୍ତୁଳନ ବିଗିଡ଼ିବାର ଭୟ ଥାଏ।

ଆହୁରି ପଢନ୍ତୁ: Diwali: ଦିଲ୍ଲୀ ବଜାରରେ 'ମେଡ୍‌ ଇନ୍‌ ଇଣ୍ଡିଆ'ର ଦୀପାବଳି ଲାଇଟ୍‌ ସାମଗ୍ରୀ ୭୦% ଉପଲବ୍ଧ; ଚୀନ୍‌କୁ ଲାଗିଲା ଝଟକା ୩.

ସୁରକ୍ଷା ବ୍ୟବସ୍ଥା ସିଏନ୍‌ଜି ଗ୍ୟାସ୍‌କୁ ପ୍ରାୟ ୨୦୦ ରୁ ୨୫୦ ବାର୍‌ ଚାପରେ ସିଲିଣ୍ଡରରେ ଷ୍ଟୋର୍‌ କରି ରଖାଯାଏ।

ସ୍କୁଟରରେ ଏପରି ଏକ ସୁରକ୍ଷିତ ସ୍ଥାନରେ ସିଲିଣ୍ଡର ରଖିବାକୁ ପଡ଼େ, ଯେପରି ବାହାର ଧକ୍କା କିମ୍ବା ଉତ୍ତାପରୁ ଏହା ସୁରକ୍ଷିତ ରହିପାରିବ।

ଏହା ସହିତ ଗ୍ୟାସ୍‌ ପାଇପ୍‌ଲାଇନ୍‌, ଭାଲ୍ଭ ଏବଂ ପ୍ରେସର ରେଗୁଲେଟର ପାଇଁ ମଧ୍ୟ ଜାଗା ଦରକାର ହୋଇଥାଏ।

ସୁରକ୍ଷା ଦୃଷ୍ଟିରୁ ଏହିସବୁ ଉପକରଣ ଫିଟ୍‌ କରିବା ପାଇଁ ଟ୍ୟାଙ୍କର ଆକାର ସୀମିତ ରଖାଯାଏ।

ଏହିସବୁ ପ୍ରଯୁକ୍ତିଗତ ଏବଂ ସୁରକ୍ଷା କାରଣରୁ କମ୍ପାନୀଗୁଡ଼ିକ ସ୍କୁଟରରେ CNG ଟ୍ୟାଙ୍କ କ୍ଷମତା କମ୍‌ ରଖିଥାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)