CM Mohan Charan Majhi: ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Sep 05, 2026 - 12:26
CM Mohan Charan Majhi: ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

"କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ ବିତାଇଛନ୍ତି।

ଆଜି କଟକ ବୋର୍ଡ ହାଇସ୍କୁଲରେ ଆୟୋଜିତ ଗୁରୁଦିବସ ସମାରୋହ-୨୦୨୬ରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଶିକ୍ଷକଙ୍କୁ ସମ୍ମାନ ଦେବାର ଏହି ବିଶେଷ ଦିନରେ ଛାତ୍ରଛାତ୍ରୀଙ୍କ ଗହଣରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେବଳ ମଞ୍ଚରୁ ଭାଷଣ ଦେଇ ନଥିଲେ, ବରଂ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ମତାମତ ଜାଣିଥିଲେ।

ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପାଠପଢ଼ା, ଶିକ୍ଷା ଏବଂ ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଏତେ ନିକଟରୁ ଦେଖିବା ଏବଂ ତାଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ।

କାର୍ଯ୍ୟକ୍ରମ ଏକ ଆନନ୍ଦମୟ ଓ ଆତ୍ମୀୟ ପରିବେଶରେ ପରିଣତ ହୋଇଥିଲା ଗୁରୁଦିବସ ଅବସରରେ ଆୟୋଜିତ ଏହି ସମାରୋହର ମୁଖ୍ୟ ଆକର୍ଷଣପାଲଟିଥିଲା ମୁଖ୍ୟମନ୍ତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ।

ପ୍ରଶ୍ନପଚାରିବା ସହ ଛାତ୍ରଛାତ୍ରୀଙ୍କ ଉତ୍ତର ଶୁଣିଥିଲେ ମୁଖ୍ୟମନ୍ତ୍ରୀ।

ଫଳରେ ପୂରା କାର୍ଯ୍ୟକ୍ରମ ଏକ ଆନନ୍ଦମୟ ଓ ଆତ୍ମୀୟ ପରିବେଶରେ ପରିଣତ ହୋଇଥିଲା ।

Accident: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ଚାଳକଙ୍କ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)