Maintenance: ୯୧୧ଟି ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ ‘ଫୁଲ୍ ପ୍ରୁଫ୍’ ବ୍ୟବସ୍ଥା ବିକଶିତ କରିଛି। ବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ।
Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ
ଏଲ୍ନିନୋ ମୁକାବିଲା ପାଇଁ କୃଷି ବିଭାଗ ପ୍ରସ୍ତୁତ କରିବ ‘ଆପାତକାଳୀନ ଯୋଜନା’
ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ୧୦ଟି ନୂତନ ଓଡ୍ରାଫ୍ ଟିମ୍
ବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତାକୁ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଯେଉଁଥିରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ ମାଧ୍ୟମରେ ଏସ୍ଏମ୍ଏସ୍ ପ୍ରେରଣ ବ୍ୟବସ୍ଥା, ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମୋବାଇଲ୍ରେ ଲୋକଙ୍କୁ ଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ କୁହାଯାଇଛି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ‘ଏଲ୍ ନିନୋ’ ପ୍ରଭାବ ଯୋଗୁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ୍ ଫସଲ ଯେପରି ପ୍ରଭାବିତ ନହେବ, ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର ‘ଆପାତକାଳୀନ ଯୋଜନା’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ
ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ଯୋଗୁ ସାର ସଙ୍କଟ ଦେଖାଦେଇପାରେ। ତେଣୁ ୟୁରିଆ ଓ କମ୍ପ୍ଲେକ୍ସ ସାର ଯୋଗାଣ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ ‘ନାନୋ ୟୁରିଆ’ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ‘ନିରକ୍ଷଣ ସମିତି’ ଗଠନ କରାଯାଇଛି। ବିଗତ ବର୍ଷ ବନ୍ୟା ଓ ବାତ୍ୟାସମୟରେ ଉତ୍ତର ଓଡ଼ିଶା ଏବଂ ଆକସ୍ମିକ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ କିପରି କୋଟି କୋଟି ଟଙ୍କାର ତୁରନ୍ତ ରିଲିଫ୍ ଓ ସାଧାରଣ ସମ୍ପତ୍ତିର ସାମୟିକ ମରାମତି ସହାୟତା ଯୋଗାଇ ଦିଆଯାଇଛି ସେନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଉପସ୍ଥିତ ବିଧାୟକଗଣ ଏବଂ ସାଂସଦଗଣ ନିଜ ନିଜ ନିର୍ବାଚନ ମଣ୍ଡଳୀର ବାସ୍ତବ କ୍ଷେତ୍ରସ୍ତରୀୟ ସ୍ଥିତିକୁ ଆଧାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ, ବିଧାୟକ, ମୁଖ୍ୟ ସଚିବ, ଉନ୍ନୟନ କମିସନର ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।