Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି

Jun 23, 2026 - 06:23
Fire: କୋଚିଂ ସେଣ୍ଟର ଅଗ୍ନିକାଣ୍ଡରୁ ବଞ୍ଚାଇବାକୁ ବାପାଙ୍କୁ ଶେଷ ଫୋନ୍ କଲେ ସୁଖମଣି

"ଲକ୍ଷ୍ନୌ: ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ଏକ ତିନିମହଲା କୋଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ନିଆଁ ଲାଗିବା ପରେ କୋଠାରେ ଫସିଥିବା ଲୋକମାନେ ବଞ୍ଚିବା ପାଇଁ ଆତୁର ହୋଇ ପରିବାର ଲୋକଙ୍କୁ ଫୋନ୍ କରୁଥିଲେ।

ମୃତକଙ୍କ ମଧ୍ୟରେ ୨୪ ବର୍ଷୀୟ ସୁଖମଣି ମଧ୍ୟ ଥିଲେ।

ସେ ନିଆଁ ଲାଗିବା ପରେ ବାପା ପ୍ରଭୁଜୋତଙ୍କୁ ଫୋନ୍ କରି "ମୋତେ ବଞ୍ଚାଅ" ବୋଲି କହିଥିଲେ।

ଖବର ପାଇ ବାପା ତୁରନ୍ତ ସେଠାରେ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଧ୍ୱଂସ ହୋଇଯାଇଥିଲା।Advertisment ହରିୟାଣାର ଭବିଷ୍ୟ ଭାର୍ଗବ ମଧ୍ୟ ବାପାଙ୍କୁ ଫୋନ୍ କରି ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିବା ଓ ବାୟୋମେଟ୍ରିକ କବାଟ ଖୋଲୁ ନ ଥିବା କଥା ଜଣାଇ ସାହାଯ୍ୟ ମାଗିଥିଲେ।

ସେହିପରି ଥ୍ରିଡି ଆନିମେସନ ପଢ଼ୁଥିବା ଆଦିତ୍ୟ ରାମ, ଶାହଜାନ ଓ କେଶବ ଦତ୍ତଙ୍କ ପୁଅ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ଏହି ଅଗ୍ନିକାଣ୍ଡ ଅନେକ ପରିବାରର ସ୍ୱପ୍ନ ଓ ଆଶାକୁ ଛାରଖାର କରିଦେଇଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକଲକ୍ଷ୍ନୌ କୋଚିଂ ସେଣ୍ଟର୍‌ ଅଗ୍ନିକାଣ୍ଡ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି।

ଅଗ୍ନିକାଣ୍ଡରେ ୧୫ ଛାତ୍ରଙ୍କ ଜୀବନ ଚାଲିଯାଇଛି।

ଖବର ପାଇବାପରେ ଉତ୍ତରପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିଛନ୍ତି।

ଉଭୟ ଯୋଗୀ ଓ ରାଜନାଥ ମଧ୍ୟ ଆଜି କେଜିଏମ୍‌ୟୁ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘଟଣାର ତଦନ୍ତ ପାଇଁ ୨ ଜଣିଆ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛନ୍ତି।

ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅମୃତ ଅଭିଜାତ, ଲକ୍ଷ୍ନୌ ଜୋନ୍‌ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପ୍ରବୀଣ କୁମାରଙ୍କୁ ନେଇ କମିଟି ଗଠନ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ସରକାରୀ ବାସଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବାପରେ ଏସ୍‌ଆଇଟି ଗଠନ ନିଷ୍ପତ୍ତି ହୋଇଛି।

Accident: ଚଳନ୍ତା ଇଲେକ୍ଟ୍ରିକ୍ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ଯାତ୍ରୀ ସୁରକ୍ଷିତ ଉତ୍ତରପ୍ରଦେଶ ଡିଜିପି ରାଜୀବ କ୍ରିଷ୍ଣା ଏବଂ ଅତିରିକ୍ତ ଗୃହ ସଚିବ ସଞ୍ଜୟ ପାଣ୍ଡେ ଅଗ୍ନିକାଣ୍ଡ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ।

ଏହି ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମିଳିଥିବା ସୂଚନାନୁଯାୟୀ, ଅଗ୍ନିଦଗ୍ଧ ଘରକୁ ବେଆଇନ ଭାବେ ଏକ ବାଣିଜ୍ୟିକ ପରିସର ଭାବେ ବ୍ୟବହାର କରାଯାଇଥିଲା।

ସରକାରୀ ରେକର୍ଡ ଅନୁଯାୟୀ, ନିଆଁ ଲାଗିଥିବା କୋଠା ପାଇଁ ପ୍ରଥମେ ଏଲ୍‌ଡିଏ (ଲକ୍ଷ୍ନୌ ବିକାଶ କର୍ତ୍ତୃପକ୍ଷ)ରୁ ଏକ ଘରୋଇ ସମ୍ପତ୍ତି ଭାବେ ସ୍ବୀକୃତି ଅଣାଯାଇଥିଲା।

କିନ୍ତୁ ପରେ ୨୦୧୪ରେ ଏହାକୁ ଏକ ବାଣିଜ୍ୟିକ ପରିସରରେ ପରିଣତ କରାଯାଇଥିଲା।

"