CJP: ଗୌରବ ଭାଟିଆଙ୍କ ମାନହାନି ମାମଲାରେ ସିଜେପି ନେତାଙ୍କୁ ସମନ

Sep 10, 2026 - 19:58
CJP: ଗୌରବ ଭାଟିଆଙ୍କ ମାନହାନି ମାମଲାରେ ସିଜେପି ନେତାଙ୍କୁ ସମନ

"ନୂଆଦିଲ୍ଲୀ: ବିଜେପିର ଜାତୀୟ ପ୍ରବକ୍ତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆଙ୍କ ଦ୍ୱାରା ଦାଏର ୨ କୋଟି ଟଙ୍କାର ମାନହାନି ମାମଲାରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଏବଂ ଏହାର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଭିଜିତ୍ ଦୀପକେଙ୍କୁ ସମନ ଜାରି କରିଛନ୍ତି।

ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ଭାଟିଆଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ମଧ୍ୟ କୋର୍ଟ କହିଛନ୍ତି।Advertisment ମାମଲାଟି ସେପ୍ଟେମ୍ବର ୫ରେ ଏକ୍ସରେ ପ୍ରକାଶିତ ଏକ ଏଆଇ ଦ୍ୱାରା ପ୍ରସ୍ତୁତ ଗ୍ରାଫିକ୍‌କୁ ନେଇ ହୋଇଛି।

ଭାଟିଆଙ୍କ ଅଭିଯୋଗ ଅନୁସାରେ, ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏଭଳି ଏକ ଗ୍ରାଫିକ୍‌ ପୋଷ୍ଟ କରିଥିଲେ, ଯେଉଁଥିରେ ଭାଟିଆ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଯାଇଥିଲା।

ଭାଟିଆ କହିଥିଲେ ଯେ, ସେ ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି ଏବଂ ଗ୍ରାଫିକ୍‌ଟି ମିଥ୍ୟା।

ପରେ ସୌରଭ ଦାସ ପୋଷ୍ଟଟି ହଟାଇ ଏହା ଏଆଇ ଦ୍ୱାରା ତିଆରି ହୋଇଥିବା ସ୍ପଷ୍ଟ କରିଥିଲେ।

ଆଶୁତୋଷ ରାଙ୍କା ମଧ୍ୟ ଏହାକୁ ପୁନଃପୋଷ୍ଟ କରିଥିବା ଅଭିଯୋଗ ରହିଛି।

ଭାଟିଆ ତାଙ୍କ ମାନହାନି ମାମଲାରେ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିବା ସହ ଏଭଳି ପୋଷ୍ଟ ପ୍ରକାଶ, ପୁନଃପ୍ରକାଶ ଓ ପ୍ରସାରଣ ଉପରେ ସ୍ଥାୟୀ ରୋକ୍‌ ଲଗାଇବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ତାଙ୍କ କହିବା ଅନୁସାରେ, ସୋସିଆଲ ମିଡିଆରେ ଏହି ପୋଷ୍ଟ ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ତାଙ୍କ ପ୍ରତିଷ୍ଠା ଓ ବୃତ୍ତିଗତ ମର୍ଯ୍ୟାଦା କ୍ଷତିଗ୍ରସ୍ତ ହୋଇଛି।

CJP: ଅଖି‌ଳେଶ - ସିଜେପି ମଧ୍ୟରେ ରୁଦ୍ଧଦ୍ବାର ବୈଠକ: ବିଧାନସଭା ନିର୍ବାଚନ ପୂର୍ବରୁ ଆଲୋଚନାକୁ ନେଇ ଚର୍ଚ୍ଚା ଶୁଣାଣି ସମୟରେ କୋର୍ଟ ସିଜେପି ନେତାମାନଙ୍କୁ ବିନା ଯାଞ୍ଚରେ କୌଣସି ପୋଷ୍ଟ ସେୟାର ନ କରିବାକୁ ପରାମର୍ଶ ଦେଇଥିଲେ।

ବିରୋଧ ପ୍ରଦର୍ଶନ କରିବାର ଅନେକ ଉପାୟ ରହିଛି, ତେଣୁ କୌଣସି ତଥ୍ୟର ସତ୍ୟତା ଯାଞ୍ଚ ନକରି ଏଭଳି ପୋଷ୍ଟ କରିବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଗେଡେଲା କହିଥିଲେ।

ଉଭୟ ପକ୍ଷଙ୍କୁ ବାହାରେ ଆପୋସ ସମାଧାନର ସୁଯୋଗ ଦେବାକୁ ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଥିଲେ।

ତେବେ ଭାଟିଆ ନିଜ ପ୍ରତିଷ୍ଠାକୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ଚାହୁଥିବା କହିଥିଲେ।

ସିଜେପି ଓ ଏହାର ତିନି ନେତାଙ୍କୁ ସମନ ଜାରି କରି ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରଖିଛନ୍ତି ହାଇକୋର୍ଟ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)