Children's Quarrels: ପିଲାଙ୍କ ଝଗଡ଼ା ଓ ବାପାମାଆଙ୍କ ଆଚରଣ

Nov 23, 2026 - 07:11
Children's Quarrels: ପିଲାଙ୍କ ଝଗଡ଼ା ଓ ବାପାମାଆଙ୍କ ଆଚରଣ

ଘରେ ସାନ ପିଲାଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ହେବା ସ୍ୱାଭାବିକ କଥା।

ଏହି ସ୍ଥିତିରେ ବାପାମାଆ କିଭଳି ହସ୍ତକ୍ଷେପ କରିବା ଉଚିତ ତାହା ଜାଣିବା ଜରୁରି, କାରଣ ପିତାମାତାଙ୍କ ଭୁଲ୍ ପ୍ରତିକ୍ରିୟା ପିଲାଙ୍କ ମନରେ ଅସନ୍ତୋଷ ଓ ତିକ୍ତତା ବଢ଼ାଇପାରେ।

ସେଭଳି ୫ଟି ଭୁଲ୍ ଆଚରଣ ସମ୍ପର୍କରେ ଜାଣିବା।

Advertisment FSSAI: ବିସ୍‌ଲେରି ବିରୋଧରେ ଏଫ୍‌ଏସ୍‌ଏସ୍‌ଏଆଇର ପଦକ୍ଷେପ l'ତୁମ ଭାଇ ବା ଭଉଣୀ କେତେ ଭଲ ଲେଖୁଛି, ତା'ଠାରୁ କିଛି ଶିଖ' ବା 'ତୁମ ବୟସରେ ସେ ସବୁ କାମ ନିଜେ କରୁଥିଲା'- ବାପାମାଆ ଏପରି କହିବା ପଛରେ ଥାଏ ପିଲାମାନେ ଭଲ ପ୍ରଦର୍ଶନ କରିବାର ସଦିଚ୍ଛା।

ତେବେ ପ୍ରତ୍ୟେକ ପିଲାର ନିଜସ୍ୱ ଶକ୍ତି, ଦୁର୍ବଳତା ଓ ଶିଖିବାର ବେଗ ଥାଏ।

ବାରମ୍ବାର ତୁଳନା କରିବା ଦ୍ୱାରା ପିଲାଟି ବାପାମାଆଙ୍କ ଦୃଷ୍ଟିରେ ଭାଇଭଉଣୀଙ୍କଠାରୁ କମ୍ ଗୁରୁତ୍ବପୂର୍ଣ୍ଣ ଅନୁଭବ କରିପାରେ।

ଏହା ଈର୍ଷା ମଧ୍ୟ ସୃଷ୍ଟି କରିପାରେ।

ତେଣୁ ତୁଳନା କରିବା ବଦଳରେ ସେମାନଙ୍କ ନିଜ ପ୍ରୟାସ ଓ ବିକାଶକୁ ପ୍ରଶଂସା କରନ୍ତୁ। lଯେତେବେଳେ ପିଲାଙ୍କ ଭିତରେ ଝଗଡ଼ା ହୁଏ, ଯଦି ବାପାମାଆ ପୂରା କଥା ନଶୁଣି ବଡ଼ ପିଲାକୁ ଦୋଷ ଦିଅନ୍ତି ବା ସାନର ପକ୍ଷ ନିଅନ୍ତି ତେବେ ତାହା ଅନ୍ୟ ପିଲାର ମନରେ ଅସନ୍ତୋଷ ବଢ଼ାଇପାରେ।

ତେଣୁ ଧୈର୍ଯ୍ୟର ସହ ପିଲାଙ୍କ କଥା ଶୁଣିବା ଜରୁରି। lବଡ଼ ପିଲାକୁ ସାନ ଭାଇଭଉଣୀମାନଙ୍କର ଯତ୍ନ ନେବାକୁ କୁହାଯାଏ।

ଦାୟିତ୍ୱ ଶିଖାଇବା ଭଲ କଥା, ତେବେ ସବୁ କଥାରେ ସେମାେନ ସାଲିସ୍‌ କରିବେ ବୋଲି ଆଶା କରିବା ଠିକ୍‌ ନୁହେଁ।

ଏହାଦ୍ବାରା ଜଣେ ଅବହେଳିତ ଅନୁଭବ କରିପାରେ।

Fuel: ୪ ବର୍ଷରେ ଦେଶରେ ଇନ୍ଧନ ଦର ୭% ବଢ଼ିଛି, ବିଶ୍ବରେ ୭୦% lପିଲାମାନଙ୍କ ମଧ୍ୟରେ ବିବାଦ ହେବା ମାତ୍ରେ, ବାପାମାଆ ପୂରା କଥା ନବୁଝି ପ୍ରାୟତଃ ନିଷ୍ପତ୍ତି ନେଇଯାଆନ୍ତି।

ଏହା କିଛି ସମୟ ପାଇଁ ଝଗଡ଼ା ବନ୍ଦ କରିପାରେ, କିନ୍ତୁ ଏହା ଦ୍ବାରା ପିଲାମାନେ ନିଜେ ସମସ୍ୟା ସମାଧାନ କରିବା ଶିଖନ୍ତି ନାହିଁ।

ଯଦି ଯୁକ୍ତିତର୍କ କୌଣସି କ୍ଷତି କରୁନାହିଁ, ତେବେ ଉଭୟଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ସୁଯୋଗ ଦିଅନ୍ତୁ। lଯଦି ବାପାମାଆ ଜଣେ ପିଲାର ଭୁଲ୍‌କୁ ଉପହାସ କରନ୍ତି, ତାକୁ ଅଦରକାରୀ ବୋଲି କୁହନ୍ତି କିମ୍ବା ଅନ୍ୟ ପିଲା ଆଗରେ ବାରମ୍ବାର ଲଜ୍ଜିତ କରନ୍ତି, ତେବେ ତା' ଆତ୍ମସମ୍ମାନକୁ ଆଘାତ ଲାଗିପାରେ।

ପିଲାଙ୍କୁ ଏକ ସୁରକ୍ଷିତ ଓ ସକାରାତ୍ମକ ପରିବେଶ ଯୋଗାଇ ଦେଲେ ହିଁ ସେମାନେ ଖୋଲାଖୋଲି ଭାବେ ନିଜର ଭାବନା ପ୍ରକାଶ କରିପାରିବେ, ଭୁଲ୍‌ ସ୍ୱୀକାର କରିବା ଶିଖିବେ ଏବଂ ଦରକାର ବେଳେ ପରସ୍ପରକୁ କ୍ଷମା ମାଗିପାରିବେ।

ବାପାମାଆ ହିଁ ଏହି ଅଭ୍ୟାସ କରାଇବା ଦରକାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)